ପାରାଦୀପରେ ବେଆଇନ ପାର୍କିଂ ବଢ଼ାଉଛି ଦୁର୍ଘଟଣା

ପାରାଦୀପ (ପୀତବାସ ପ୍ରଧାନ): ବନ୍ଦର ସହର ପାରାଦୀପକୁ ଦୈନନ୍ଦିନ ହଜାର ହଜାର ବିଭିନ୍ନ ପଣ୍ୟବାହୀ ଟ୍ରକ ସମେତ ଛୋଟବଡ ଯାନ ଯାତାୟତ କରିଥାଏ । କରୋନା ସଂକ୍ରମଣ କଟକଣା କୋହଳ ହେବା ପରେ ଏବେ ଚଳଚଞ୍ଚଳ ହୋଇ ପଡିଛି ଏହି ଭାରିଯାନର ଯାତାୟତ । ତେବେ ବନ୍ଦର ପ୍ରବେଶ ପଥ ଅଠରବାଙ୍କୀରୁ ଦୋଛକି ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ରେ ପ୍ରଶାସନର ଚେଷ୍ଟା ସତ୍ୱେ ଟ୍ରକ ମାନେ ବେଆଇନ ଭାବେ ପାର୍କିଂ କରିବା ଯୋଗୁଁ ରାସ୍ତା ସଂଙ୍କୁଚିତ ହେବା ଫଳରେ ସାଧାରଣରେ ଯାତାୟତ କରିବା କଷ୍ଟସାଧ୍ୟ ହୋଇ ପଡିଛି । ଏହି ଘଟଣାକ୍ରମରେ ଶୁକ୍ରବାର ସଂନ୍ଧ୍ୟାରେ ତାରେଣୀଗଡା ନିକଟରେ ଏକ କାର ନମ୍ବର ଓଡି୨୧ଏଚ୍‌-୫୯୪୪କୁ ଦୃତଗତିରେ ଓଭରଟେକ କରୁଥିବା ଏକ ଟ୍ରକ ନମ୍ବର ଓଡି୦୪କ୍ୟୁ- ୪୩୨୪ ନିୟନ୍ତ୍ରଣ ହରାଇ ପଛ ପଟୁ ଶକ୍ତ ଧକ୍କା ଦେବା ଫଳରେ କାରଟି ରାସ୍ତା ମଝିରେ ଥିବା ଡିଭାଇଡର ୁପରେ ଚଢି ଯାଇଥିଲା । ସୌଭାଗ୍ୟ ବଶତଃ ଏଥିରେ କେହି ଗୁରୁତର ହୋଇନଥିବା ବେଳେ କାରଟି ଭାଙ୍ଗିରୁଜି ଯାଇଛି । ତେବେ ପ୍ରଶାସନ ଏହି ବେଆଇନ୍ ପାର୍କିଂ ହଟାଇବା ସଙ୍ଗେସଙ୍ଗେ ଦୃତ ଯ୍ରକ ଚାଳକ ଙ୍କ ୁପରେ ଦ୍ୟଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ