ଆଇନ ମନ୍ତ୍ରୀଙ୍କ କଂଗ୍ରେସ ଦଳ ପ୍ରତି ଅସଦାଚରଣ ଓ ଅସଭ୍ୟ ଭାଷା ପ୍ରତିବାଦରେ ବିରୋଧ ପ୍ରଦର୍ଶନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଂଗ୍ରେସ ଦଳ ପ୍ରତି ଅପମାନ,ବିରୋଧାତ୍ମକ ମନ୍ତବ୍ୟକୁ କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ନାଉଗାଁ ବ୍ଳକ ଯୁବ ଛାତ୍ର କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି କୁମାର ପ୍ରିତମ ପରିଜାଙ୍କ ନେତୃତ୍ୱରେ ନାଉଗାଁହାଟ ଠାରେ ଆଇନ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପାଇଁ ଯଦି କ୍ଷମା ନ ମାଗନ୍ତି ତେବେ ଉକ୍ତ ବ୍ଳକରେ ବିଜେପିର ପ୍ରତ୍ୟେକ ନେତାଙ୍କୁ ଅଣ୍ଡା ଓ କାଳିମାଡରେ ସ୍ୱାଗତ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସର ମନୋଜ ଦାସ, ଅଜୟ ବାରିକ, ଜ୍ଞାନେନ୍ଦ୍ର ସ୍ୱାଇଁ, ଲିକୁ ଲେଙ୍କା, ରାଜେଶ ସାହୁ, ପ୍ରଭାକର ନାୟକ ପ୍ରମୁଖ ସାମିଲ ଥିଲେ ।