ଆକଳନଠୁ ଅଧିକ ବ୍ୟାପୁଛି କରୋନା

କରୋନା ଭାଇରସ ଅନୁମାନଠାରୁ ଅଧିକ ମାତ୍ରାରେ ବ୍ୟାପୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚୀନର ଓହାନ ସହରରେ ପ୍ରଥମେ କରୋନା ଭାଇରସ ବ୍ୟାପିବାର ଆରମ୍ଭ କରିଥିଲା । ଏ ପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ବିଶ୍ୱବ୍ୟାପୀ ୧.୭ ନିୟୁତ ଲୋକ ସଂକ୍ରମିତ ହୋଇଥିବା ବେଳେ ୧,୦୯,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତ ଓହାନରେ ଯେତେବେଳେ ଏହା ବ୍ୟାପୁଥିଲା, ସେତେବେଳେ ଦାବି କରାଯାଇଥିଲା କି ଜଣେ ସଂକ୍ରମିତ ବ୍ୟକ୍ତି ଠାରୁ ୨.୨ରୁ ୨.୭ ଜଣ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ତାହା ପ୍ରକୃତରେ ଭୁଲ ଥିଲା ବୋଲି ଏବେ ଜଣାପଡ଼ିଛି ।
ନ୍ୟୁ ମେକ୍ସିକୋ ସ୍ଥିତ ଲସ ଆଲୋମୋସ ବିଶ୍ୱ ବିଦ୍ୟାଳୟର ଗବେଷକମାନେ ଚୀନର ଓହାନ ସହରର ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରି କହିଛନ୍ତି ଯେ ସେଠାରେ ପ୍ରକୃତରେ ଜଣେ ସଂକ୍ରମିତ ବ୍ୟକ୍ତି ଦ୍ୱାରା ୫.୭ ଜଣ ଲୋକ ଆକ୍ରାନ୍ତ ହୋଇଥିଲେ । ଏହା ପୂର୍ବ ଅନୁମାନ ଅପେକ୍ଷା ଦୁଇ ଗୁଣା ଅଧିକ ହେବ । ସେହିପରି ଆଗରୁ ଦାବି କରାଯାଇଥିଲା କି ଜଣେ ସଂକ୍ରମିତଙ୍କ ଠାରୁ ଆଉ ଦୁଇ ଜଣ ଆକ୍ରାନ୍ତ ହେବା ପାଇଁ ଗୋଟିଏ ସପ୍ତାହ ଲାଗୁଛି । କିନ୍ତୁ ଏବେ ବିଶେଷଜ୍ଞମାନେ କହିଛନ୍ତି ଯେ ଏପରି ଘଟିବାକୁ ମାତ୍ର ୨.୩ ରୁ ୩.୩ ଦିନ ସମୟ ଲାଗୁଛି । ଏଥିରୁ ସ୍ପଷ୍ଟ ହେଉଛି କି କରୋନା ଭାଇରସ ଅତି ଦ୍ରୁତ ଗତିରେ ଜଣକ ଠାରୁ ଅନ୍ୟ ଜଣକ ପାଖକୁ ବ୍ୟାପୁଛି । ଆହୁରି ମଧ୍ୟ ଜଣାପଡ଼ିଛି କି , କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ଜଣକ ଦେହରେ ତଦଜନିତ ଲକ୍ଷଣ ପ୍ରକାଶ ପାଇବାକୁ ୪.୨ ଦିନ ଲାଗୁଛି । ପୂର୍ବରୁ ଜଣକ ଦେହରେ ଲକ୍ଷଣ ପ୍ରକାଶ ପାଇବାକୁ ୫.୫ ଦିନ ଲାଗୁଥିଲା ବୋଲି ଆକଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ