ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟ ବାର୍ଷିକୋତ୍ସବ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ଠାରେ ଥିବା ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା.ରାମଚନ୍ଦ୍ର ପଣ୍ଡା ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତିଙ୍କ ପୌରୋହତ୍ୟ ଓ ଅଧ୍ୟାପକ ନିହାର ରଞ୍ଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ଅଧ୍ୟାପକ ପବିତ୍ର କୁମାର ମହଲା ମୂଖ୍ୟ ଅତିଥି, ସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ଅଟଳ ବିହାରୀ ବଳ ମୂଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ ସ୍ବପ୍ନ ଦେଖିବା ଉଚିତ ଓ ଏହି ସ୍ବପ୍ନକୁ ସାକାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା ଅବ୍ୟାହତ ରଖିବା ବିଧେୟ ବୋଲି ଅଭିଭାଷଣରେ କହିଥିଲେ । ଉକ୍ତ ଅନୁଷ୍ଠାନର ଅବସରପ୍ରାପ୍ତ ଅଧ୍ଯକ୍ଷ ଜୟନ୍ତ ଗୋସ୍ବାମୀ, ରାଜେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ବିଜୟ ପରିଡା, ପଦ୍ମଲୋଚନ ପଣ୍ଡା, ତୀର୍ଥବାସୀ ଦାସ, ଧାମନଗର ମହା ବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ସମୀର କୁମାର ହୋଇ, ବାବାମଣି ଡିଗ୍ରୀ କଲେଜ ଅଧ୍ୟକ୍ଷ ସନ୍ତୋଷ ସାହୁ, ଆଇନଜୀବୀ ରମେଶ ବେହେରା, ଶିକ୍ଷାବିତ ଦୀପ୍ତି ରଞ୍ଜନ ନାୟକ, ଖବରଦାତା ସନ୍ତୋଷ ଦାସ , ବାପୁଜୀ କ୍ଲଷ୍ଟର ସିଆରସିସି ପ୍ରଦୀପ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ବାନ ଦେଇଥିଲେ । ଅଧ୍ୟାପିକା କନକଲତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ଅନିଲ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବାର୍ଷିକ କ୍ର୍ରୀଡାରେ କୃତିତ୍ବ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଶିକ୍ଷାକର୍ମଚାରୀ ବାର୍ଷିକୋତ୍ସବରେ ଉପସ୍ଥିତ ଥିଲେ ।


