ବାଲିଗୁଡା ରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହି ରେ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଚବିଶ ପ୍ରହର ନାମ ଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଫଗୁଦଶମୀ ପୂର୍ବରୁ ମାଆ ବରାଳଦେବୀ ପୀଠ ରେ ମାଆ ଙ୍କ ମନ୍ଦିର ର ମୁଖଶାଳା ପ୍ରତିଷ୍ଠା ସହିତ ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲୁ ରହିବ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ୍ୟ କମିଟି ସଭାପତି ଲଳିତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ଉପ ସଭାପତି ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, ସହ ସମ୍ପାଦକ କଣ୍ଠେଶ୍ୱର ବାଗ, କୋଷାଧକ୍ଷ ଅଶୋକ କୁମାର ସାହୁ, ବରିଷ୍ଠ ପୁରୋହିତ ତଥା ପୂର୍ବତନ କୋଷାଧକ୍ଷ ବିରୁପାକ୍ଷ ଦାଶ, ପୂର୍ଵତନ ସମ୍ପାଦକ ଗୋପବନ୍ଧୁ ବିଶୋଇ, ପୂର୍ଵତନ ଉପ ସଭାପତି ବିସିକେଶନ ବିଶିମାଝୀ, ଉପଦେଷ୍ଠା ତଥା ବରିଷ୍ଠ ନାଗରିକ କୁଦ ପାତ୍ର, ବିଜୟ ଚନ୍ଦ୍ର ଖଣ୍ଡଗିରି ସେଲେସ ନାୟକ ଏବଂ ମାତୃ ମଣ୍ଡଳୀ, କାଉନସିଲର ବିଭୁତି ଭୂଷଣ ଲହରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ନୂଆସାହି ସଂକୀର୍ତ୍ତନ ମଣ୍ଡଳୀକୁ ଅଧିକ କ୍ରିୟାଶିଳ କରିବା ନିମନ୍ତେ ଅଧିକାରୀ ଭାବେ ପ୍ରମୋଦ କୁମାର ଦଣ୍ଡସେନା ଏବଂ ସହ ଅଧିକାରୀ ଭାବେ ଜଗନ୍ନାଥ ବିଶୋଇ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l ପରବର୍ତ୍ତୀ ବୈଠକ ରେ ଦିନ ତାରିଖ ଧାର୍ଯ୍ୟ ହେବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ