‘ଆଗୁଆନ’ ଯୁବସଂଗଠନ ତରଫରୁ ଦିବାରାତ୍ର ଭଲ୍ଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ
ବାଲେଶ୍ୱର, (ଯୁଗାବ୍ଦ ନୁୂ୍ୟଜ୍): ପବିତ୍ର ଦଶହରା ଉପଲକ୍ଷେ ଆଗୁଆନ୍ ଯୁବ ସଂଗଠନ (ଥେଙ୍ଗଡିହା-ବେଣାପୁରା)ର କ୍ରୀଡ଼ା ଉତ୍ସବରେ ଦିବାରାତ୍ରି ଭଲ୍ଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ସଭାକୁ ସଭ୍ୟ ହରିହର ମହାନ୍ତି ମଂଚକୁ ବରିଷ୍ଠ ସଭ୍ୟ ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା, ମୁଖ୍ୟବକ୍ତା ସମାଜସେବୀ, ବାମପନ୍ଥୀ ଜନନାୟକ ତଥା ଲେଖକ ଶ୍ରୀଯୁକ୍ତ ବିଜୟ ଉପାଧ୍ୟାୟ, ସଂଗଠନର ସଭାପତି ଅନନ୍ତ ଅଣ୍ଡିଆଙ୍କୁ ଆମନ୍ତ୍ରଣ କରିଥିଲେ । ସଭ୍ୟ ଇଂ.କୁମାର କାର୍ତ୍ତିକ ଅତିଥି ସ୍ୱାଗତ ଭାଷଣ ଦେବା ସହ ପରିଚୟ ପ୍ରଦାନ କରିଥିଲେ । ସଂପାଦକ ପ୍ରଦୀପ ପ୍ରଧାନ ବିବରଣୀ ପ୍ରଦାନ କଲାପରେ ମୁଖ୍ୟଅତିଥି ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା ଭଲ୍ଲିବଲ୍ ଖେଳକୁ ଆନୁଷ୍ଠାନିକ ଉଦ୍ଘାଟନ କରି ନିଜର ଅଭିବ୍ୟକ୍ତିରେ କ୍ରୀଡ଼ାର ଗୁଣାତ୍ମକ ମାନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିଜୟ ଉପାଧ୍ୟାୟ କ୍ରୀଡ଼ାର ଉପକାରିତା ସାଂପ୍ରତିକ ସ୍ଥିତିରେ ଉଦୀୟମାନ କ୍ରୀଡ଼ାବିତମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିବାର ଦର୍ଶାଇଥିଲେ ଏବଂ ଆଗୁଆନ୍ର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ଓ ପ୍ରତିଯୋଗିତା ଖେଳକୁ ସର୍ବଶ୍ରୀ ମାନସ ଉପାଧ୍ୟାୟ, ପ୍ରତାପ ଗିରି, ରମାକାନ୍ତ ଜେନା, ତପନ ମହାପାତ୍ର, ମନ୍ମଥ ଗିରି, ପରମାନନ୍ଦ ନାୟକ, ସୁଶାନ୍ତ ଗିରି, ଦିଲ୍ଲିପ ମହାପାତ୍ର, ରାଜେନ୍ଦ୍ର ମାଝି, ମନୋରଂଜନ ମହାଳିକ, ଦୁର୍ଯ୍ୟୋଧନ ମହାଳିକ, ପ୍ରଣବ ମହାପାତ୍ର, ସତ୍ୟଜିତ୍ ମହାପାତ୍ର, ରଣଜିତ ଦାସ, ଅଙ୍କିତ ଗିରି, ସୁଜିତ ଜେନା, ଗୌତମ ପରିଡ଼ା ତପନ ମାଝି, ଜିତେନ୍ଦ୍ର ପରିଡ଼ା ରଣଜିତ ଜେନା, ଭୋଳାନାଥ ଜେନା, କାଳିଚରଣ ଗିରି, ରବୀନ୍ଦ୍ର ମହାନ୍ତି ଇତ୍ୟାଦି ସଭ୍ୟମାନେ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ପରିଶେଷରେ ସମସ୍ତ ପ୍ରତିଯୋଗୀ ଦଳ ଓ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା ।