ଆଘାତ କାରଣରୁ ବିଶ୍ୱ ରେସଲିଂ ଚାମ୍ପିୟନଶିପରୁ ଓହରିଲେ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଟୋକିଓ ଅଲିମ୍ପିକ୍ସରେ ବିଦେଜା ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କ ଲିଗାମେଣ୍ଟ ଆଘାତ କାରଣରୁ ବଜରଙ୍ଗ ବିଶ୍ୱ ରେସଲିଂ ଚାମ୍ପିୟନଶିପରୁ ଓହରି ଯାଇଛନ୍ତି। ବଜରଙ୍ଗ ଏବେ ୬ ସପ୍ତାହ ଧରି ରିବାଲିଟେସନରେ ରହିବେ, ଯେଉଁଥି ପାଇଁ ସେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇପାରିବେ ନାହିଁ। ବିଶ୍ୱ ଚାମ୍ପିୟନଶିପ୍ ଅକ୍ଟୋବର ୨ରୁ ୧୦ ତାରିଖ ପର୍ୟ୍ୟନ୍ତ ନରେୱର ଓସଲୋରେ ଆୟୋଜିତ ହେବ। ଜୁନ୍ ମାସରେ ରୁଷରେ ଆୟୋଜିତ ଅଲି ଅଲିଏଭ୍ ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ ଆହତ ହୋଇଥିଲେ। ଆଘାତର ଗମ୍ଭୀରତାକୁ ଜାଣିବା ପାଇଁ ବଜରଙ୍ଗ ଏମଆରଆଇ ସ୍କାନ୍ କରାଇଥିଲେ ଏବଂ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପୋର୍ଟ୍ସ ମେଡିସିନ୍ ସେଣ୍ଟରର ଡାକ୍ତର ଦିନଶା ପରଦିୱାଲାଙ୍କ ଠାରୁ ପରାମର୍ଶ ନେଇଥିଲେ।