ପିପୁଲସ କଲେଜର ମୁଖ୍ୟ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକଙ୍କୁ ଡିସେମ୍ବର ୦୩ ତାରିଖ ଦିନ କଲେଜର କର୍ମଚାରୀ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। ଅବସର କାଳୀନ ସମ୍ବର୍ଦ୍ଧନା ସଭା କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କଲେଜ କର୍ମଚାରୀ ସଂଘ ସମ୍ପାଦକ ଡକ୍ଟର ହିମାଂଶୁ ଶେଖର ରଥ , ସହଯୋଗୀ ସମ୍ପାଦକ ଡକ୍ଟର ଜୟରାମ ବିଷୋୟୀ ଓ ନଭେମ୍ବର ୩୦ ତାରିଖରେ ଅବସର ଗ୍ରହଣ କରିଥିବା ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ନାୟକଙ୍କ ଅବସର ସମୟ ଖୁସିରେ କଟିବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅବସର ଗ୍ରହଣ କରିଥିବା ମୁଖ୍ୟ କିରାଣୀ ଶ୍ରୀ ନାୟକ କଲେଜରେ ତାଙ୍କର ଅନୁଭୂତି ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ