ଆଜି ନୀଳେଦ୍ରୀ ବିଜେ କରିବେ ଚତୁର୍ଦ୍ଧା ମୁର୍ତ୍ତୀ

ପୁରୀ , (ଯୁଗାବ୍ଦ ନ୍ୟୁଜ ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧର ପଣା ନୀତି ଶେଷ ହୋଇଯାଇଛି । ତେବେ ପରମ୍ପରା ପୁର୍ବକ ଆଜି ଚତୁର୍ଦ୍ଧା ମୁର୍ତ୍ତୀ ଗୋଟି ପହଣ୍ଡି ମାଧ୍ୟମରେ ନୀଳାଦ୍ରୀବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ । ରଥ ଉପରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଧୂପ ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଏ । ପ୍ରଥମେ ବିଜେ କାହାଳୀ, ପରେ ବନ୍ଦାପନା ଓ ଡୋରୀଲାଗି ନୀତି ହୁଏ ।ସ୍ମସ୍ତ ନୀତିକାନ୍ତୀ ଶେଷ ହେବାପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସି ଭେଟ ମଣ୍ଡପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟିଥାନ୍ତି । ଏହାପରେ ପରମ୍ପାରା ଅନୁସାରେ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମହିକ ଭାବେ ଦ୍ୱାରବନ୍ଦ ନୀତି ଅନୁଷ୍ଠିତ ହୋଇଥାଏ । ଏହାପରେ ଶ୍ରୀମନ୍ଦିରରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସୋଗଲା ଖୁଆଇ ମାନଭଞ୍ଜନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ