ଆଦିତ୍ୟ କୁମାର ପାଣି ବୁଗୁଡା ବ୍ଲକ ଟପର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ଶଙ୍କୁରୁ ଶ୍ରୀ ଭଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ପାଣି ମୋଟ ୫୫୬ ନମ୍ବର ରଖି ଏ ୧ ଗ୍ରେଡରେ ପାସ କରି ବୁଗୁଡା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ଏଚଏସସି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇ ଥିବା ବେଳେ ଶଙ୍କୁରୁ ଶ୍ରୀ ଭାଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ପାଣି ୫୫୬ ମାର୍କ ରଖି ବୁଗୁଡା ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବୁଗୁଡା ପିପୁଲସ ହାଇ ସ୍କୁଲ ଛାତ୍ର ଦିନେଶ କୁମାର ମହାରଣା ୫୫୪ ମାର୍କ ରଖି ବ୍ଳକରେ ଦ୍ଵିତୀୟ ସ୍ଥାନ ଓ ବିରଞ୍ଚିପୁର ଶ୍ରୀ ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଙ୍କିତା କୁମାରୀ ପ୍ରଧାନ ୫୪୬ ମାର୍କ ରଖି ବୁଗୁଡା ବ୍ଳକର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଦିତ୍ୟ କୁମାର ପାଣି ବୁଗୁଡା ବ୍ଲକ ଟପର ହୋଇ ଶଙ୍କୁରୁ ଶ୍ରୀ ଭାଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ