ଆଦିବାସୀଙ୍କୁ ଫୁଲ ଝାଡୁ ଚାଷ ରୋଜୋଗାର ସହ ଜୀବିକା ଯୋଗାଇଛି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡିଆ ଜଙ୍ଗଲ ମଧ୍ୟରେ କାଳୀବୋରେଇ ରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟ ୬୦ ପାରିବାର। ଦୀର୍ଘ ଏକ ଶହ ବର୍ଷ ତଳେ ଜନବସତି କରି ବିଭିନ୍ନ ଚାଷ ଧାନ, ମାଣ୍ଡିଆ, ମକା, ଟମାଟ, ସୁଆ ,ବାଇଗଣ ଚାଷ କରି ଜୀବିକା ନିର୍ବାହ କରୁଥିଲେ। ହେଲେ ଏହି ଚାଷରେ କ୍ଷେତ କୁ ପାଣିର ଅଭାବ ଯୋଗୁଁ ଚାଷରେ କ୍ଷତି ପାରିବାର ପରିପୋଷଣ ହୋପାରିଲାନାହିି। ଏହି ଚାଷରେ ବର୍ଷ କୁ ଦଶ ପନ୍ଦର ହଜାର ଟଙ୍କା ଲେଖାଏଁ ମିଳୁଥିଲା। ଏବେ ସମୟ ବଦଳିଛି ସେମାନେ ମଧ୍ଯ ବଦଳିଛନ୍ତି।ସରକାର ଙ୍କ ପକ୍ଷରୁ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ପାହାଡ଼ରେ ଚେକ୍ ଡେମ କରି ସେଠାରୁ ଗ୍ରାମ କୁ ପାଣି ଆସିବା ଫଳରେ ଜୀବନ ଜୀବିକା ବଞ୍ଚିବାର ପ୍ରେରଣା ଯୋଗାଇଛି। ହାରିଆଲି ଯୋଜନା ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ବିକାଶ ପାଇଁ ମହିଳା ଏବଂ ପୁରୁଷ ଜୀବିକା ନିର୍ବାହ ପାଇଁ ୧୩ ଲକ୍ଷ ଟଙ୍କା ବ୍ୟୟରେ ଫୁଲ ଝାଡୁ ଚାଷ ପାଇଁ ପରାମର୍ଶ ଦିଆଗଲା।ସେଥିରେ ଫୁଲ ଝାଡୁ ଚାରା ଫୁଲବାଣୀ କନ୍ଧମାଳ ଆଣି ଗ୍ରାମର ୪୦ ପାରିବାର କୋଡ଼ିଏ ଏକର ଜମିରେ ଚାଷ କରି ଜୀବିକା ନିର୍ବାହ କରୁଥିବା ଲାଉରି ଗମାଙ୍ଗ,ଚନ୍ଦନ ଗମାଙ୍ଗ, ଆନାମ ଗମାଙ୍ଗ, ସାଲକା କହନ୍ତି ଫୁଲ ଝାଡ଼ୁ ଚାଷ କରି ମାସିକ କୋଡ଼ିଏ ରୁ ପଚିଶି ହଜାର ଟଙ୍କା ଲେଖାଏଁ ମିଳୁଥିବା କହନ୍ତି। ଚାରା ଲଗାଇ ନିୟମିତ ପାଣି ଦେଲେ ପ୍ରାୟ ଦୁଇ ମାସ ରେ ଗଛ ବଢିଯାଏ । ମହିଳା ମାନେ ଗଛ କାଟିବା ପରେ ତାକୁ ଠିକ ଭାବେ ପତ୍ର କୁ କାଟି ଗଦା କରୁଛନ୍ତି। ଫୁଲ ଝାଡୁ କାଟି ଆଣିବା ପରେ ତାକୁ ଚାରି ଦିନ ଶୁଖାଯାଏ ଏହାପରେ ତାକୁ ବାନ୍ଧି ବଜାର କୁ ବିକ୍ରି ପାଇଁ ଛଡାଯାଏ, ଗୋଟିଏ ଝାଡୁ ର ଦାମ ପଚାଶ ଟଙ୍କା। ବେପାରୀ ଗ୍ରାମ କୁ ଆସି ନେଇଯାଆନ୍ତି। ହାରିଆଲୀ ପ୍ରକଳ୍ପ ପକ୍ଷରୁ ଦିଆ ଯାଇଥିବା ଅର୍ଥ, ଆଦାୟ ହେଉଥିବା ଫୁଲ ଝାଡ଼ୁ ଉକ୍ତ ସଂସ୍ଥା ନେଉଥିବା ବେଳେ ଟଙ୍କା ପରିଶୋଧ ପରେ ବର୍ତମାନ ଯାହା ଉପା ର୍ଜନ ହୁଏ ତାହା ପାରିବାର ଚଳେ।ପାଳୁଖୋଳା, ବେଲଗଡ଼ ଓ ଦସେଇପୁର ରେ ମଧ୍ୟ ଏହି ଚାଷ ଆରମ୍ଭ ହୋଇଛି, ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି ଫୁଲ ଚାଷ ପ୍ରକଳ୍ପ ର କ୍ଲଷ୍ଟର ସଂଯୋଜକ ଗାଙ୍ଗାନା ବଡରଇତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ