କୋଣାର୍କ ସଂଗ୍ରହାଳୟ ମୂର୍ତ୍ତି ସଂରକ୍ଷଣ କାର୍ଯ୍ୟରେ ଅନିୟମିତତା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ପୁରାତତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପରିଚାଳିତ କୋଣାର୍କ ସଂଗ୍ରହାଳୟର ପୁରାତନ କଳାକୃତିର ମୂର୍ତ୍ତି ସଂରକ୍ଷଣ ଓ ମରାମତି କାର୍ଯ୍ୟରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଖବରରୁ ପ୍ରକାଶ ଯେ ଭାରତ ସରକାରଙ୍କ ପୁରାତତ୍ବ ସର୍ବେକ୍ଷଣ ସଂସ୍ଥା ଦ୍ଵାରା ପରିଚାଳିତ କୋଣାର୍କ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ପୁରାତନ କଳାକୃତିର ମୂର୍ତ୍ତି ନଷ୍ଟ ହେବାରେ ଲାଗିଛି ବୋଲି ବୁଦ୍ଧିଜୀବି ଓ ସଂସ୍କୃତିବିତ ମହଲରେ ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ସମୟରେ କାର୍ଯ୍ୟ ଦାୟିତ୍ଵରେ ରହୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଗୁପ୍ତ ମଧୁଚନ୍ଦ୍ରିକା ନୀତି ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ସଂଗ୍ରହାଳୟ ମଧ୍ୟରେ ଚାଲୁଥିବା ପୁରାତନ ମୂର୍ତ୍ତିର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ନିମ୍ନମାନର ପଥର ଓ ଲୁଣି ବାଲି ବ୍ଯବହାର କରାଯାଇ କାର୍ଯ୍ୟ କରାଯାଉଥିବାରୁ ପୁରାତନ ମୂର୍ତ୍ତି ସଂରକ୍ଷଣ ବଦଳରେ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟ ଚାଲୁଥିବା ବେଳେ କୋଣାର୍କ ସଂଗ୍ରହାଳୟର ଅଧିକାରୀ କାର୍ଯ୍ଯ ତଦାରଖ କରୁନଥିବା କୋଣାର୍କ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଧେ ରାଧେ ନ୍ୟାୟରେ ଚାଲିଥିବା ଏହି ନିମ୍ନମାନର ପୁରାତନ ମୂର୍ତ୍ତି ସଂରକ୍ଷଣ ନିମ୍ନମାନର କାର୍ଯ୍ୟର ଏଏସଆଇର ଉଚ୍ଚ ଅଧିକାରୀ ଓ ପୁରୀ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଂଚଳବାସୀ, ବୁଦ୍ଧିଜୀବୀ, ସଂସ୍କୃତି ଓ ପର୍ଯ୍ୟଟନ ବିଶାରଦ ମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ