ଆଦିବାସୀ ସେଙ୍ଗେଲ ଅଭିଯାନର କାଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଯାତ୍ରୀ ନିବାସ ପରିସରରେ ଗୁରୁବାର ଦିନ ଆଦିବାସୀ ସେଙ୍ଗେଲ ଅଭିଯାନ କାଯ୍ୟକର୍ତ୍ତା ପ୍ରଶିକ୍ଷଣ ଓଡିଶା ପ୍ରଦେଶ ସଭାପତି ନରେନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରୀୟ ସଂଯୋଜକ ବୁଢାନ ମାରଣ୍ଡୀ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୟୂରଭଂଜ ପୂର୍ବତନ ସାଂସଦ ସାଲଖାନ ମୁର୍ମୁ ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ସଂପାଦକ ସୁମିତ୍ରା ମୁର୍ମୁ ଯୋଗ ଦେଇଥିଲେ ।ଆଦିବାସୀ ସମାଜରେ ଅନ୍ଧ ବିଶ୍ୱାସ, କୁସଂସ୍କାର ଡାହାଣୀ ପ୍ରଥାକୁ ବନ୍ଦ କରିବା, ସମାଜରେ ନିଶା ଓ ମାଦକ ଦ୍ରବ୍ୟର ପରିଚାଳନାକୁ ବନ୍ଦ ଓ ବିରୋଧ କରିବା, ଲୋକମାନଙ୍କୁ ସାମାଜିକ ବାସନ୍ଦ ଓ ଜୋରିମାନା କରିବା, ମଦ ମାଂସ ଖାଇ ନିଜର ମୂଲ୍ୟବାନ ଭୋଟକୁ ବିକିଦେବା ଇତ୍ୟାଦିକୁ ସଂପୁର୍ଣ ବନ୍ଦ କରିବା ଉପରେ ସଚେତନ କରାଇଥିଲେ । ସମସ୍ତେ ଶିକ୍ଷିତ ହେବା ଉଚିତ ।।ସମାଜରେ କାହାରିକୁ ଭୟଭୀତ ନ କରାଇ ନୂତନ ସୁସ୍ଥ ସମାଜ ଗଠନ କରି ଆଦିବାସୀ ଏକତା ରହିଵା ଏବଂ ମାନବତାର ସେବା କରିବା ପାଇଁ ମୁଖ୍ୟ ଅତିଥି ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେବାସହ ପ୍ରଶିକ୍ଷଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସେଙ୍ଗେଲ ପରିବାର,ସେଙ୍ଗେଲ ମାଝୀ,ସେଙ୍ଗେଲ ଟାଓର ସହିତ ସେଙ୍ଗେଲ ଅଭିଯାନର ରାଇରଙ୍ଗପୁର ଜୋନର କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ । ସାଲଖୁ ସୋରେନ, ଚନ୍ଦନ ସୋରେନ, ବାଢା ଟୁଡୁ,ବସନ୍ତ କିସ୍କୁ, ସୁବାସ ଟୁଡୁ ପ୍ରମୁଖ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ