ଆନନ୍ଦ
ମନୁଷ୍ୟର ଚିନ୍ତନ ଅନୁଯାୟୀ ମିଳେ ଫଳ ଓ ଆନନ୍ଦ । ଉଚ୍ଚ ଚିନ୍ତନର ଫଳ ଉଚ୍ଚ ଓ ନିଜ ଚିନ୍ତନର ଫଳ ନିଜ । ତେଣୁ ମନୁଷ୍ୟର ଚିନ୍ତା ଓ ଭାବନା ସଂଯତ , ଶାଣିତ ତଥା ଉନ୍ନତ ହେବା ଆବଶ୍ୟକ । ଜୀବନଟା ରହସ୍ୟମୟ । ଛାତ୍ରାବସ୍ଥାରେ ପ୍ରଥମେ ପରୀକ୍ଷା ପରେ ସମସ୍ୟା ଚାକରୀର । କିନ୍ତୁ ପରେ ପରେ ଘର ସଂସାର ଓ ପିଲାଛୁଆ ଙ୍କ ସମସ୍ୟା । ତାହେଲେ ଆମେ ଆନନ୍ଦ ପାଇବା କିପରି । କେବଳ ସମସ୍ୟାର ସମାଧାନରେ ପ୍ରତିକୂଳ ପରିସ୍ଥିତି କୁ ସଫଳତାର ସହିତ ଅତିକ୍ରମ କରିପାରିଲେ ଏହା ସମ୍ଭବ । ତତ ସହିତ ଅନ୍ୟର ସମସ୍ୟା ଗୁଡିକ ସତଚେଷ୍ଟିତ ହୋଇ ସମାଧାନ କଲେ ଆମର ଅନେକ ଛୋଟ ବଡ ସମସ୍ୟା ର ସମାଧାନ ମଧ୍ୟ ହୋଇପାରିଥାଏ । ସେଥିରୁ ମିଳେ ଆନନ୍ଦ । ଆଉ କିପରି ପାଇବା । ଯଦି ଆମେ ସୁସ୍ଥ ରହିବା ପାଇଁ ନିତ୍ୟ ଯୋଗଭ୍ୟାସ ସହିତ ସୁଷମା ଖାଦ୍ୟ ଖାଇବା , ଘରକୁ ସୁନ୍ଦରଭାବେ ସଜାଇ ସେଥିରେ ଆନନ୍ଦିତ ନହୋଇ ଅତିଥିମାନଙ୍କୁ ଘରକୁ ଆମନ୍ତ୍ରଣ କରି ଆତିଥ୍ୟ ସକ୍ରାର କରିପାରିଲେ , ଅପ୍ରାକୃତିକ ଉପାୟରେ ନିଜନ ଚେହେରାକୁ ସଜାଇ ସେହି ସାଜସଜ୍ୟାକୁ ଅତ୍ୟଧିକ ଗୁରୁତ୍ୱ ନଦେଇ ନିଜର ଚରିତ୍ରକୁ ସୁସଜ୍ଜିତ କରିପାରିଲେ ,ଆଲମୀରାକୁ ବସ୍ତ୍ରରେ ଭର୍ତ୍ତିକରି ତାହାକୁ ଦେଖି ଆନନ୍ଦିତ ନହୋଇ ଦୀନଦରିଦ୍ରଙ୍କ ଲଜ୍ଜ୍ୟା ନିବାରଣ ପାଇଁ ବସ୍ତ୍ରଦାନ କରିପାରିଲେ , ଦୁର୍ଦ୍ଦନରେ ବନ୍ଧୁକୁ ଦେଖି ନିଜ ପଦବୀକୁ ନେଇ ଖୁସୀ ନହୋଇ ନିଜର ଦାୟୀତ୍ୱକୁ ସୁଚାରୁରୂପେ ସମ୍ପାଦନ ଓ ସତ ଉପାୟରେ ଅର୍ଜିତ ଧନରୁ ପାଇପାରିବା ଆନନ୍ଦ । ଦାମୀ ଗାଡିଟିଏ କିଣି ସେଥିରୁ ବୁଲି ଖୁସୀ ସମୟରେ ସହାୟହେବା ଅନେକ ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇପାରିଲେ ନିଜର ହାସ୍ୟରସ ମାଧ୍ୟମରେ ବା ଅନ୍ୟ ଯେକୈାଣସି ଉପାୟରେ ଅନ୍ୟମାନଙ୍କ ମୁଁହରେ ହସ ଫୁଟାଇପାରିଲେ , ଆବଶ୍ୟକତା ଠାରୁ କମ ଧନ ପାଇଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ହୋଇ ନିଜର ବୁଦ୍ଧି ବଳରେ ତାର ସଦପୁଯୋଗ କରିବାରେ ଓ ଅନ୍ୟକୁ ଜ୍ଞାନ ବିତରଣ ରେ ମିଳେ ଆନନ୍ଦ । ଅନନ୍ତ ସମ୍ଭାବନୀୟ ଜୀବନକୁ ଦେଖି ଓ ଜାୀବନରୂପକ ମହୁଫେଣାରେ ମହୁମାଛି ଦଂଶନର ସମ୍ଭାବନା ଥିଲେ ମଧ୍ୟ ସେଥିରୁ ମହୁ ସଂଗ୍ରହ କରିପାରିଲେ ପ୍ରାପ୍ତ ହୁଏ ଆନନ୍ଦ । ପରିଶେ ଷରେ ପରତ୍ମାଙ୍କ ନାମ ଉପରେ ହିଁ ପରମାନନ୍ଦ ।
ସରିତା ପଣ୍ଡା