ଭିଭୋ ପକ୍ଷରୁ ଅଲ୍ ନିୟୁ ୟୁ-୧୦ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଅଲ୍ ନିୟୁ ୟୁ-୧୦ର ବଜାର ପ୍ରବେଶ କରାଯାଇଛି । ଅଲ୍ ନିୟୁ ୟୁ-୧୦ ସ୍ମାର୍ଟଫୋନ୍ ୩ଜିବି ଓ ୩୨ ଜିବି, ୩ଜିବି ଓ ୬୪ ଜିବି ଏବଂ ୪ଜିବି ଓ ୬୪ ଜିବି ଆଦି ୩ଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ ଗୁଡ଼ିକର ମୂଲ୍ୟ ଯଥାକ୍ରମେ ୮,୯୯୦ ଟଙ୍କା, ୯,୯୯୦ଟଙ୍କା ଏବଂ ୧୦,୯୯୦ଟଙ୍କା ରହିଛି । ଏହା ୨୦୧୯ ସେପ୍ଟେମ୍ବର ୨୯ ତାରିଖ ଠାରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଆମାଜନ ଡଟ୍ ଇନ୍ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ ମଧ୍ୟରାତ୍ରଠାରୁ ବିକ୍ରି ହେବ । ସେହିପରି ଏହା ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ମଧ୍ୟ ମିଳିବ । ଆମାଜନ ପ୍ରାଇମ୍ ସଦସ୍ୟ ଏହାକୁ ସେପ୍ଟେମ୍ବର ୨୮ ମଧ୍ୟାହ୍ନଠାରୁ ପାଇ ପାରିବେ । ଏହି ସ୍ମାର୍ଟଫୋନ୍ ଗୁଡ଼ିକରେ ୫,୦୦୦ଏମଏଏଚ୍ ବ୍ୟାଟେରୀ ଏବଂ ୧୮ ୱାଟ୍ ଫାଷ୍ଟ ଚାର୍ଜ ସୁବିଧା ରହିଛି । ଏହି ଫୋନ୍ ଗୁଡ଼ିକରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ଏଆଇଇ ଅକ୍ଟା-କୋର୍ ପ୍ରୋସେସର, ୨.୦ ଜିଏଚଜେଡ୍, ୮ଏମ୍ ପି ସେଲଫି କ୍ୟାମେରା ଏବଂ ଏଆଇ ଟ୍ରିପୁଲ ପଛ କ୍ୟାମେରା ରହିଛି । ୨୬୫ ବର୍ଦ୍ଧିତ ମେମୋରୀ କାର୍ଡ, ୧୩ ଏମ୍ପି, ୮ ଏମ୍ପି ଏବଂ ୨ ଏମପି ପଛ କ୍ୟାମେରା ରହିଛି । ଏଥିରେ ଏଆଇ ଫେସ୍ ବିୟୁଟି, ଲାଇଟିଂ, ଏଆର୍ ଷ୍ଟିକର, ଏଆଇ ଫିଲଟର ବୈଶିଷ୍ଟ୍ୟ ରହିଛି । ଆମାଜନ୍ ଡଟ୍ ଇନ୍ରେଏସବିଆଇ କ୍ରେଡ୍ଯ୍ ଏବଂ ଡେବିଟ୍ କାର୍ଡର୍ ବ୍ୟବହାରରେ ଏହା ଉପରେ ୧୦% ରିହାତି ମିଳୁଥିବାବେଳେ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ରେ ପରବର୍ତୀ କ୍ରୟରେ ୭୫୦ ଟଙ୍କା ରିହାତି ମିଳୁଛି । ଏହା ସହିତ ୬୦୦୦ଟଙ୍କାର ଜିଓ ସୁବିଧା ଏବଂ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍ଆଇ ଉପଲବ୍ଧ ହେଉଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଲ୍ ନିୟୁ ୟୁ-୧୦ ଗ୍ରେଟର ନୋଏଡାଠାରେ ନିର୍ମର୍ିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ