ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ରେ ଜାହାନିଆଁ ବେଳାଭୁମି ସଫେଇ
ନିମାପଡା, (ସନ୍ତୋଷ ଦାଶ):ଆଜି ଆନ୍ତର୍ଜାତୀୟ ବେଳାଭୁମି ଦିବସ। ବେଳାଭୂମିକୁ ସ୍ୱଚ୍ଛ ସୁନ୍ଦର ଏବଂ ଆବର୍ଜନା ମୁକ୍ତ ରଖିବା ତଥା ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ବାର୍ତ୍ତା ଦେଇ ସଚେତନ କରିବା ପାଇଁ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଜାହାନିଆଁ ସମୁଦ୍ର ବେଳାଭୂମି ଠାରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପରିଷଦ ର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଯୋଗ ଦେଇ ସଫେଇ ଅଭିଯାନରେ ଅଂଶ ଗ୍ରହଣ କରିଥିବା ସ୍ବେଛାସେବୀ, ବିଜେଡ଼ି କର୍ମୀ ମାନଙ୍କୁ ବେଳାଭୂମି ସଫେଇର ଉପକରିତା ବିଷୟରେ କହିବା ସହ କିପରି ଏହା ଆମ ପରିବେଶକୁ ପ୍ରଦୂଷିତ କରୁଛି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ତଥା ପରିବେଶବିତ୍ ଶୋଭାକର ବେହେରା ଅଂଶ ଗ୍ରହଣ କରି ସ୍ଵଛ ବେଳାଭୂମି ସାମୁଦ୍ରିକ ଜୀବ ମାନଙ୍କ ପାଇଁ କାହିଁକି ଆବଶ୍ୟକ କହିଥିଲେ । ଆଜିର ଏହି ବେଳାଭୂମି ସଫେଇ ଅଭିଯାନରେ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ଯୁବ, ଛାତ୍ର, ମହିଳା କର୍ମୀମାନେ ପ୍ରମୁଖ ଭାବରେ ଅଂଶ ଗ୍ରହଣ କରିବା ସହ ବେଳାଭୂମିରେ ପଡିଥିବା ବିଭିନ୍ନ ପ୍ରକାର ପ୍ରଦୂଷଣ କରୁଥିବା ଉପାଦାନ ଯଥା ପଲିଥିନ, କାଚ/ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ରସି/ସୂତା, ଛିଣ୍ଡା ଜାଲ ଓ ସୋଲ ପ୍ରଭୁତି ବହୁ ଅଦରକାରୀ ସାମଗ୍ରୀ ଗୋଟାଇ ବେଳାଭୂମି ସଫେଇ କରିଥିଲେ। ବିଜେଡ଼ି ନେତା ଜ୍ୟୋତିର୍ମୟୀ ଦଳାଇ, ରଞ୍ଜନ କୁମାର ନାୟକ, ବିଶ୍ୱଜିତ୍ ଦାଶ, ପ୍ରଶାନ୍ତ ନାୟକ ପ୍ରମୁଖ ଏହି ବେଳାଭୁମି ସଫେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


