ମା ମଙ୍ଗଳା ଙ୍କ ସହସ୍ରା କୁମ୍ଭାଭିଷେକ
ନିମାପଡା, (ସନ୍ତୋଷ ଦାଶ):ଆଜି ଆଶ୍ୱିନ ମାସ ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ସହସ୍ରlକୁମ୍ଭlଭିଷେକ ଓ ଦେବ୍ୟୁତଥାପନ ନୀତି ଅନୁଷ୍ଠିତ ହୋଇଯାଇଛି । ମା’ ଙ୍କୁ ୧୦୮ ଶୁଦ୍ଧ ଜଳ ରେ ସ୍ନାନ କରାଯିବା ସହିତ ମା ଙ୍କ ପାଦତଳେ ପୂଜା ପାଉଥିବା ମା ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗାମୂର୍ତ୍ତି ଙ୍କୁ ମଧ୍ୟ ଶୁଦ୍ଧସ୍ନାନ କରାଯାଇଛି । ଏଥି ସହିତ ଆଜି ମୂଳାଷ୍ଟମୀ ହେତୁ ମନ୍ଦିର ରେ ଆରମ୍ଭ ହୋଇଯାଇଛି ମା ଙ୍କ ୧୬ ଦିନାତ୍ମକ ପୂଜା ଅର୍ଥାତ ଶାରଦୀୟ ପାର୍ବଣ ପୂଜା ।ମା ଙ୍କ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଆଜି ର ପୂଜାନୀତି କରିଥିବା ବେଳେ ତାଙ୍କୁ ପାଳିଆ ପୂଜା ପଣ୍ଡା ରଘୁନାଥ ଦୀକ୍ଷିତ, ପାଳିଆ ସେବକ ରାଧାନାଥ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ମନ୍ଦିର ପୁରୋହିତ ଭାବେ ସୁବାସ ଚନ୍ଦ୍ର ତ୍ରିପାଠୀ ଙ୍କୁ ମନ୍ଦିର ପ୍ରଶାସନ ନିଯୁକ୍ତି ପ୍ରଦାନ କରିଛି।ଶାରଦୀୟ ପାର୍ବଣ ପୂଜା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀକୈଳାସ ଚନ୍ଦ୍ର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମା ଙ୍କ ପାର୍ବଣ ପୂଜା ଅନୁଷ୍ଠିତ ହେଉଛି।


