ବନ୍ତରେ ବିଜେପିର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତରେ ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଧାନସଭା ନେତା ସୁଧାଂଶୁ ଶେଖର ନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଦଳୀୟ କର୍ମୀ ମାନେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଓ ବଜାର ଅଞ୍ଚଳକୁ ସଫେଇ କରିଥିଲେ । ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପତଞ୍ଜଳୀ କରଶର୍ମା, କମଳାକାନ୍ତ ସାହୁ, ମାଧବାନନ୍ଦ ଦାସ, ସୁଧିର କୁମାର ନାୟକ, କେଦାର ମହାନ୍ତି, ହରପ୍ରସାଦ ରାଉତ, ଲକ୍ଷ୍ମୀଧର କର, ବସନ୍ତ ବିଶ୍ୱାଳ, ରବିନ୍ଦ୍ରନାଥ ଓଝା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ ଯୋଗ ଦେଇ ପରିବେଶର ସ୍ୱଚ୍ଛତା ଉପରେ ବାର୍ତ୍ତା ଦେଇଥିଲେ । ଏହି ସେବା କାର୍ଯ୍ୟ ପ୍ରତ୍ୟେକ ମାସ କରାଯିବ ବୋଲି ବିଧାନସଭା ନେତା ଶ୍ରୀ ନାୟକ କହିଥିଲେ ।


