ଆପ୍ ର ନିର୍ବାଚନମଣ୍ଢଳୀ କାର୍ଯ୍ୟକର୍ତା ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଜଗତସିଂହପୁର ନିର୍ବାଚନମଣ୍ଡଳୀ କାର୍ଯ୍ୟକର୍ତା ସମ୍ମିଳନୀ ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ବଜାର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆପ୍ ର ଜଗତସିଂହପୁର ବିଧାନସଭା ପ୍ରଭାରୀ ଇଂ. ଆଶୀର୍ବାଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆପ୍ର ଜଗତସିଂହପୁର ଜିଲ୍ଲା ସଭାପତି ସୁଶ୍ରୀ ଅନୁପମା ସେଠୀ, ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାନସଭା ପ୍ରଭାରୀ ଇଂ. ଇନସାର ଉଦ୍ଦିନ, ବାଲିକୁଦା-ଏରସମା ପ୍ରଭାରୀ ରଜତ ମହାପାତ୍ର, ସହ-ପ୍ରଭାରୀ ବବୁଲ ମଲ୍ଲିକ, ନାଉଗାଁ ବ୍ଲକର ବରିଷ୍ଠ ନେତା ଅଶୋକ ସାମଲ, ଯୁବନେତା ବିଭୁତି ଭୂଷଣ ସ୍ୱାଇଁ, ଆଲୋକ ସେଠୀ, ସତ୍ୟଜିତ ସାହୁ, ପ୍ରଫୁଲ ସାମଲ ପ୍ରମୁଖ ଯୋଗ ଦେଇ ଆପ୍ ର ସଂଗଠନକୁ ପ୍ରତି ଗାଁ ଓ ପ୍ରତି ୱାର୍ଡରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ ।