ଆବାସ ଘର ହରିଲୁଟ ଘଟଣା, ହିତାଧିକାରୀଙ୍କୁ ବାସଗୃହ ମିଳିବା ନେଇ ପ୍ରଶ୍ନବାଚୀ

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ଆବାସ ଯୋଜନା ବିକ୍ରୀ ଅଭିଯୋଗ ହେବାପରେ ଏହି ହରିଲୁଟର ଶୀକାର ହୋଇଥିବା ହିତାଧିକାରୀ ଆବାସ ଯୋଜନା ଘର ପାଇବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଥରେ ତାଙ୍କ ନାମ କମ୍ପ୍ୟୁଟରରେ ଚଢ଼ା ଯାଇଥିବାବେଳେ ସେହି ଆଇଡିରେ ସେ ଆଉ ପୁନର୍ବାର ଘର ପାଇପାରିବେ ତ ଏହାକୁ ପରିବାର ଲୋକେ ପ୍ରଶ୍ନ କରିଛନ୍ତିି । ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏପରି ଘଟଣାରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ କିପରି ଘର ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେବୁ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ବଳଭଦ୍ରପୁର ଗ୍ରାମର କାଠିଆ ଯେନାଙ୍କ ନାମରେ ୨୦୧୬/୧୭ରେ ଆବାସ ଯୋଜନା ଘର ଆସିଥିବାବେଳେ ତାଙ୍କ ଆବାସ ଯୋଜନା ଘରକୁ ସେହି ଗାଁର ଭିନ୍ନ ନାମରେ ଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ଦେଇଦେଲେ । ଏପରିକି ମିଥ୍ୟା ସତ୍ୟପାଠ ମାଧ୍ୟମରେ କାଠିଆଙ୍କ ଆଇଡି ନମ୍ବରରେ ଅନ୍ୟ ଲୋକର ଫଟୋ ଲଗାଇ ତାଙ୍କ ଏକାଉଣ୍ଟକୁ ଏହି ଅନୁଦାନ ରାଶି ଦେଇଥିବା ଅଭିଯୋଗ ହୋଇଛି । କାଠିଆଙ୍କ ପରିବାର ଲୋକେ ସେତେେବେଳ ଏହା ଜାଣି ନଥିବାବେଳେ ବର୍ତ୍ତମାନ ଏ ବାବଦରେ ଜାଣି ବିଡିଓଙ୍କ ନିକଟରେ ଅଭିଯୋଗ କରିବାପରେ ଏପରି ଆବାସ ଯୋଜନା ଘୋଟାଲାର ପର୍ଦ୍ଦଫାସ ହୋଇଛି । ପ୍ରଶାସନ ଏନେଇ କେବେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଚାହିଁ ବସିଛନ୍ତି ପଞ୍ଚାୟତ ବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ