ଆମାଜନ ପ୍ୟାଣ୍ଟ୍ରି ସେବା ୧୧୦ ସହରକୁ ସମ୍ପ୍ରସାରିତ

ଆମାଜନ ପ୍ୟାଣ୍ଟ୍ରି ସେବା ୧୧୦ ସହରକୁ ସମ୍ପ୍ରସାରିତ । ନୂତନ ସହର ମାନଙ୍କ ମଧ୍ୟରେ ଭୁବନେଶ୍ୱର ଓ କଟକ ଅନ୍ତର୍ଭୁକ୍ତ । ଗ୍ରାହକ ମାନେ ୫୦୦ରୁ ଉର୍ଦ୍ଧ ବ୍ରାଣ୍ଡର ୫୦୦୦ ଗ୍ରୋସରୀ ଓ ଘର କରଣା ଜିନିଷ ପାଇପାରିବେ ।ଆମାଜନ ଏହାର ଲୋକପ୍ରିୟ ଆମାଜନ ପ୍ୟାଣ୍ଟ୍ରି ସେବା ଭାରତର ୧୧୦ ସହରକୁ ସମ୍ପ୍ରସାରଣ କରିବା ପାଇଁ ଘୋଷଣା କରିଛି । ଏଥିସହ ଭୁବନେଶ୍ୱର ଓ କଟକରେ ଗ୍ରାହକ ମାନେ ୫୦୦ରୁ ଉର୍ଦ୍ଧ ବ୍ରାଣ୍ଡର ୫୦୦୦ ଗ୍ରୋସରୀ ଓ ଘର କରଣା ଜିନିଷ କ୍ରୟ କରିପାରିବେ ।ଆମାଜନ ପ୍ୟାଣ୍ଟ୍ରି ଗ୍ରାହକ ମାନଙ୍କୁ ସେମାନଙ୍କ ମନ ମୁତାବକ ଆବଶ୍ୟକିୟ ଜିନିଷ କୁ ଏକତ୍ରିତ କରି ଏକ ବାସ୍କେଟ ବନାଇବା ସହ ସଞ୍ଚୟର ସୁବିଧା ଯୋଗାଇ ଦେଇଥାଏ । ଏହି ବାସ୍କେଟର ସମସ୍ତ ଜିନିଷ ଗ୍ରାହକଙ୍କର ଦ୍ୱାରଦେଶରେ ଏକତ୍ର ପ୍ୟାକେଟ କରି ପହଞ୍ଚାଇ ଦିଆଯାଇଥାଏ ।ଆମାଜନ ପ୍ୟାଣ୍ଟ୍ରିର ଏହି ସମ୍ପ୍ରସାରଣ ବିଷୟରେ ସୌରଭ ଶ୍ରିବାସ୍ତବ, ନିର୍ଦ୍ଦେଶକ, ଆମାଜନ ଇଣ୍ଡିଆ, କୁହନ୍ତି “ଆମାଜନ ପ୍ୟାଣ୍ଟ୍ରି ଲୋକପ୍ରିୟ ହେବାର କାରଣ ଏହା ଲୋକଙ୍କୁ ସଞ୍ଚୟ ଏବଂ ଦ୍ୱାରଦେଶରେ ବିତରଣ କରିବାର ସୁବିଧା ଯୋଗାଇ ଦେଇଥାଏ । ଏହି ସେବା ସମ୍ପ୍ରସାରଣ କରାଯାଇ ବର୍ତ୍ତମାନ ଭୁବନେଶ୍ୱର ଓ କଟକ ସମେତ ୧୧୦ ସହରରେ ଉପଲବବ୍ଧ କରାଯାଉଛି” ।ଆମାଜନ ପ୍ୟାଣ୍ଟ୍ରିରେ ଖାଦ୍ୟପଦାର୍ଥ, ରୋଷେଇ ସାମର୍ଗୀ, ମୃଦୁପାନୀୟ, ଘରକରଣା ଜିନିଷ, ତ୍ୱଚା ଯତ୍ନ, ଶିଶୁ ଖାଦ୍ୟ ଇତ୍ୟାଦି ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ