ଆମେରିକା ସେନାର ଯବାନମାନେ ବ୍ୟବହାର କରିପାରିବେନି ଟିକ୍ ଟକ୍
ନୂଆଦିଲ୍ଲୀ- ଯୁବପଢି ମାନଙ୍କ ମଧ୍ୟରେ କ୍ରେଜ୍ ସୃଷ୍ଟି କରିଛି ଚାଇନିଜ୍ ଆପ୍ ଟିକ୍ ଟକ୍ କୁ ଏଣିକି ଆମେରିକାର ସେନାରେ କାମକରୁଥିବା ଯବାନମାନେ ବ୍ୟବହାର କରି ପାରିବେ ନାହିଁ। ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏହି ଆପ୍ ବିପଦ ସୃଷ୍ଟି କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉଥିବା କହିଛି ଆମେରିକୀୟ ସେନା। ଆମେରିକା ସେନାର ଜଣେ ବରିଷ୍ଠ ଅଥିକାରୀ କହିଛନ୍ତି ଯେ, ଏହି ଆପ୍ ସାଇବର ପ୍ରତିବିପଦ ସୃଷ୍ଟି କରୁଛି । କାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହା ମାଧ୍ୟମରେ ଲିକ୍ ହୋଇଯାଇପାରେ । ସେଥିପାଇଁ ଏହି ଭଳି ପଦକ୍ଷେପ ନିଆଯାଇଛି ।