ଜମିଲା ଜିରୋ ନାଇଟ୍‌: ମଞ୍ଚସ୍ଥ ହେଲା ‘ଦେଢଶୁର ମୋର ଦେଢ ଈଶ୍ୱର

କୋଦଳା : ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସ ମଧ୍ୟରେ ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ବାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ ବନ୍ଧୁ ଓ ପରିବାରଙ୍କ ମେଳରେ ଭୋଜିଭାତରେ ମାତିଥିଲା।ଏକ ନୂତନ ବର୍ଷର ନୂଆ ସକାଳକୁ ଆଡ଼ମ୍ବରରେ ସ୍ବାଗତ କରିବାକୁ ବେଗୁନିଆପଡ଼ା ଠାରେ ଆୟୋଜିତ ହୋଇଥିଲା ନାଚ ଗୀତ ସାଂଗକୁ ସାମାଜିକ ନାଟକ। ମା ନାରାୟଣୀ ନାଟ୍ୟ ସଂସଦର କଳାକାର ମାନଙ୍କୁ ନେଇ ପରିବେଷଣ ହୋଇଥିଲା ସାମାଜିକ ନାଟକ “ଦେଢଶୁର ମୋର ଦେଢ ଇଶ୍ବର” । ନାରାୟଣ ପାଣିଗ୍ରାହୀଙ୍କ ବରିଷ୍ଠ ନିର୍ଦ୍ଦେଶନାରେ ଏବଂ ମ୍ୟାନେଜର ନାରାୟଣ ସ୍ବାଇଁଙ୍କ ତତ୍ବାବଧାନରେ ଉକ୍ତ କାର‌୍ୟ୍ୟକ୍ରମକୁ ସୁମଣ୍ଡଳର ଅବସରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ବିଶ୍ବାଳ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ଅନ୍ୟତମ ନାଟ୍ୟ ନିର୍ଦ୍ଦେଶକ ମୁନା ଶତପଥୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ, ଶିକ୍ଷକ ପ୍ରଭାତ ମିଶ୍ର, ସୀତାରାମ ସ୍ବାଇଁ, ଜନାର୍ଦ୍ଦନ ଆଚାରୀ, ନୀଳମାଧବ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଦର୍ଶକଙ୍କୁ ବିମୋହିତ କରିଥିଲେ। ଶୀତୁଆ ରାତିର ଜିରୋ ନାଇଟ୍‌ରେ ଝୁମି ଉଠିଥିଲେ ଆବାଳ ବୃଦ୍ଧ ବନିତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ