‘ଆମ ନ୍ୟୁଜ’ର ୧୮ତମ ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାର ପ୍ରଥମ ଦୈନିକ ଓଡ଼ିଆ ବୈଦ୍ୟତିକ ଗଣମାଧ୍ୟମ ‘ଆମ ନ୍ୟୁଜ’ର ଅଷ୍ଟାଦଶ ବାଷିକ ଉତ୍ସବ ସ୍ଥାନୀୟ ଭେନ୍ୟା ପାରାଡାଇଜ ସମ୍ମିଳନୀ କକ୍ଷରେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଉଦାଘଟନ କରିବା ସହିତ ଗଣମାଧ୍ୟମର ଦାୟିତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ କି ସଠିକ ଖବର ପ୍ରସାରଣକୁ ଲୋକେ ସର୍ବଦା ଗ୍ରହଣ କରିଥାନ୍ତି । ବିଶେଷ କରି ସତ୍ୟ ଓ ନ୍ୟାୟନିଷ୍ଠ ଖବରକୁ ଲୋକେ ଭରସା କରିଥାନ୍ତି । ଆମ ନ୍ୟୁଜ ଭଳି ଲୋକଙ୍କ ସ୍ୱାର୍ଥରକ୍ଷା ପ୍ରତି ଗୁରୁତ୍ୱ ଦେଇ ଖବର ପ୍ରସାରଣ କଲେ ପ୍ରତ୍ୟେକ ଗଣ ମାଧ୍ୟମ ଜନାଦୃତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଗୋଟିଏ ଗଣମାଧ୍ୟମ ପ୍ରତିଷ୍ଠା କରି ଏହାକୁ ଚଳାଇବା କାଠିକର ପାଠ । ଭାରତୀୟ ସମ୍ବିଧାନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସାମ୍ବିଧାନିକ ସ୍ୱୀକୃତି ମିଳି ନଥିଲେ ବି ସାମାଜିକ ସ୍ୱିକୃତି ମିଳିଛି । ଅନ୍ୟ ସ୍ତମ୍ଭଠାରୁ ଲୋକେ ଚତୁର୍ଥ ସ୍ତମ୍ଭକୁ ଅଧିକ ଗ୍ରହଣ କରିଥାନ୍ତି । ଅନେକ ସାମ୍ବାଦିକ ସାମ୍ବାଦିକତା ସମୟରେ ବଳିଦାନ ଦେଉଛନ୍ତି, ସେମାନଙ୍କୁ ଆମେ କେବେ ଭୁଲିଯିବା ଉଚିତ ନୁହେଁ । ସତ୍ୟ ଓ ନିରପେକ୍ଷ ସାମ୍ବାଦିକତା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଗଣମାଧ୍ୟମ ଭାବେ ବାଲେଶ୍ୱରବାସୀଙ୍କୁ ନ୍ୟାୟ ଦେବାରେ ‘ଆମ ନ୍ୟୁଜ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାର ପ୍ରଥମ ଏହି ଦୈନିକ ବୈଦ୍ୟୁତିକ ଗଣମାଧ୍ୟମ ଅନେକ ସଂଘର୍ଷ ଦେଇ ଏତେବାଟ ଆସିବା କିଛି କମକଥା ନୁହେଁ । ସତ୍ୟ ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ‘ଆମ ନ୍ୟୁଜ’ ଅସହାୟ ଲୋକଙ୍କ ପାଇଁ କାମ କରିଆସୁଛି ବୋଲି ସେମାନେ କହିଥିଲେ । ‘ଆମ ନ୍ୟୁଜ’ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ବିପ୍ଳବ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ଉକ୍ତ ଚ୍ୟାନେଲର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ କିଶୋର ଦାସ ସ୍ୱାଗତ ଭାଷଣ ଦେବା ସହିତ ‘ଆମ ନ୍ୟୁଜ’ ସମ୍ପର୍କରେ ସୂଚନା ଦେଇଥିଲେ । କବି ପ୍ରଶାନ୍ତ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆମ ନ୍ୟୁଜର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥଲା ।ଏଥି ସହିତ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା । ଏହି ବିଭାଗ ଆନୁକୂଲ୍ୟରେ ବିବିଧ ନୃତ୍ୟ, ସଙ୍ଗୀତ ପ୍ରଭୃତି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଜିତ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ରେ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, ଇଂ. ନିହାରିକା ମହାନ୍ତି, ସସ୍ମିତା ଦାସ, ଅରୂପ କୁମାର ମହାନ୍ତି, ଜିଜ୍ଞାସା ମହାନ୍ତି, ଅନୁପମ ମିଶ୍ର, ସେକ ବାସିତ ଅଲି, ମନୋରଞ୍ଜନ ଦାସମହାପାତ୍ର, ଯଶୋଦାନନ୍ଦନ ଆସ ପ୍ରମୁଖ ସହଯୋଗ କରିଥିଲେ ।