ଆରୋହନ ଫାଇନାନ୍ସିଆଲ୍ ସର୍ଭିସେସ୍ର ସୁଧ ହାର ହ୍ରାସ
ନୂଆଦିଲ୍ଲୀ, (ଏଜେନ୍ସି): ମଇ ୧ରୁ ଆରୋହନ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ଼୍ ଏହାର ଅଗ୍ରଣୀ ଋଣ ଉତ୍ପାଦ ସରଳ ସମେତ ଏହାର ସମସ୍ତ ଫାଇନାନ୍ସିଆଲ ଏବଂ ଅଣ ଫାଇନାନ୍ସିଆଲ ଉତ୍ପାଦ ପାଇଁ ସୁଧ ହାରରେ ହ୍ରାସ କରିବା ସହିତ ଏହାକୁ ୨୦.୯୯% ମଧ୍ୟରେ ସୀମିତ ରଖିବାକୁ ଘୋଷଣା କରିଛି । ବର୍ତ୍ତମାନ ଏହି ସୁଧ ହାର ୨୧.୨୫% ରହିଥିବା ଏବଂ ଏହା ଚଳିତ ବର୍ଷ ଜାନୁଆରୀ ୨୧ରୁ କାର୍ଯ୍ୟକାରୀ ହୋଇ ଆସୁଥିବା ବେଳେ ଏଥିରେ ୨୬ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ସରଳ ବ୍ୟବସ୍ଥା ମାଧ୍ୟମରେ ବର୍ତ୍ତମାନ ଆରୋହନ’ର ପ୍ରାୟ ୧୮ ଲକ୍ଷ ମହିଳା ଗ୍ରାହକଙ୍କୁ ଋଣ ଯୋଗାଇ ଦିଆଯାଉଥିବା ବେଳେ ସେମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହୋଇନଥିବା ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତର ପୂର୍ବ ଭାରତର ଅପେକ୍ଷାକୃତ କମ୍ ଆୟକାରୀ ରାଜ୍ୟର ବାସିନ୍ଦା । ଏ କେୟାର ଏମ୍ଏଫ୍ଆଇ ୧ ଗ୍ରେଡ୍ ସହ ଏ- ବ୍ୟାଙ୍କ ଲୋନ୍ ରେଟିଂ ପାଇଥିବା ଆରୋହନ୍ର ଆର୍ଥିକ ବ୍ୟବସ୍ଥା ଦୃଢ଼ ଥିବାରୁ ଏହା ଅତ୍ୟନ୍ତ କମ୍ ବ୍ୟୟରେ ଋଣ ସଂଗ୍ରହ କରିଥାଏ ଏବଂ ଏହାର ଉପାଦେୟତା ଗ୍ରାହକମାନଙ୍କୁ ଉପଲବ୍ଧ କରାଇ ସେମାନଙ୍କ ଭିତରେ ନିଜର ସ୍ଥିତିକୁ ସୁଦୃଢ କରାଇଥାଏ । ଏହି ପରିବର୍ତ୍ତିତ ସୁଧ ହାର ବ୍ୟବସ୍ଥା କମ୍ପାନୀ କାର୍ଯ୍ୟ କରୁଥିବା ଆସାମ, ବିହାର, ଛତିଶଗଡ଼, ଝାଡଖଣ୍ଡ, ମେଘାଳୟ, ମଧ୍ୟପ୍ରଦେଶ, ଓଡ଼ିଶା, ତ୍ରିପୁରା ଏବଂ ଉତ୍ତରପ୍ରଦେଶ ଭଳି କମ୍ ଆୟକାରୀ ରାଜ୍ୟମାନଙ୍କର ଯେକୌଣସି ଏନ୍ବିଏଫ୍ସି- ଏମ୍ଏଫ୍ଆଇ ତୁଳନାରେ ସର୍ବୋତ୍ତମ ।