ଆର.କେ.ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡା : ଜିଲ୍ଲାର ଗରଦପୁର ବ୍ଲକ ଅଧିନସ୍ଥ ଆର.କେ.ଉଚ୍ଚ ବିଦ୍ୟାଳୟର ୧୯୮୩ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଜ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉନ୍ନତି କରଣ,ଗରୀବ ଛାତ୍ରଛାତ୍ରୀଙ୍କୁ ପାଠପଢା ନିମନ୍ତେ ସଙ୍ଘ ପକ୍ଷରୁ ଏକ ପାଣ୍ଠି ଗଠନ ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଗାମୀ ବର୍ଷ ଠାରୁ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସମ୍ମାନୀତ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଆସନ୍ତା ତିନିବର୍ଷ ନିମନ୍ତେ ସଙ୍ଘର ନୂତନ କର୍ମକର୍ତ୍ତା ଭାବେ ଚିତ୍ତରଞ୍ଜନ ମହାନ୍ତି -ସଭାପତି,ସୀତାକାନ୍ତ ଜେନା – ଉପସଭାପତି,ସନାତନ ସାହୁ – ସମ୍ପାଦକ ତଥା କୋଷାଧ୍ୟକ୍ଷ,ଅକ୍ଷୟ କୁମାର ସ୍ୱାଇଁ ଓ ଶୈଳେନ୍ଦ୍ର କୁମାର ନାୟକଙ୍କୁ – ସହ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରାତନଛାତ୍ର ପ୍ରଫୁଲ୍ଲ ମଲ୍ଲିକ,ହରେକୃଷ୍ଣ କର, ତାପସ କୁମାର ଜେନା,ସୁବାଷ ଚନ୍ଦ୍ର ଯତି, ବିଘ୍ନେଶ ଚରଣ ରାଉତ,ଅଧୀଶ୍ୱର ନାୟକ,ମମତା ନାୟକ,ସବିତା ନାୟକ,ଅରୁଣ କୁମାର ସ୍ୱାଇଁ,ଅଜୟ କୁମାର ରାଉତ,ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କର୍ମଚାରୀ ଯାହା ପାଇବେ କିନ୍ତୁ ସାଧାରଣ ଜନତା ଉପକୃତ ହେବା ସମ୍ଭବ ହେବନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ