ଆସନ୍ତା ୭ରେ ଓଡିଶା ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା

ଆସନ୍ତା ୭ରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ନିର୍ବାଚନୀ ପ୍ରଚାର ସରଗରମ ଥିବାବେଳେ ମାରାଥନ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ବିଜେପି ଫୋକସରେ ଓଡ଼ିଶା । ଓଡ଼ିଶା ଅକ୍ତିଆର କରିବା ପାଇଁ ଅଙ୍କ କସୁଛନ୍ତ ବିଜେପିର କେନ୍ଦ୍ରୀୟ ନେତା । ମୋଦିଙ୍କ ୧୨୦ ମିଶନ ଆଶାକୁ ପୂରଣ କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ।ଅମିତ ଶାହ ଏପ୍ରିଲ ୭ ତାରିଖରେ ଓଡ଼ିଶା ଆସିବେ ବୋଲି ରାଜ୍ୟ ସଂପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି । ପୋଲସରା ଓ ବରଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଅମିତ ଶାହ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୬ ତାରିଖରେ ସୋନପୁରର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ