ଆସିକାରେ କ୍ଳଷ୍ଟରସ୍ତରୀୟ ଏଫ୍ଏଲ୍ଏନ୍ ମାସିକ ସମୀକ୍ଷା ବୈଠକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ନିର୍ଦ୍ଦେଶ, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ପାଠ୍ୟକ୍ରମ (ଏଫ୍ଏଲ୍ଏନ୍)ର ଶିକ୍ଷକମାନଙ୍କୁ ନେଇ କ୍ଳଷ୍ଟରସ୍ତରୀୟ ସପ୍ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ପରାମର୍ଶକ୍ରମେ ବିଭିନ୍ନ ସ୍ଥାନରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଆବଶ୍ୟକତା ଓ ଏହାର ସଫଳ କାର୍ଯ୍ୟକାରିତା ଉପରେ ଆଲୋକପାତ କରିବା ସାଙ୍ଗକୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି, ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ, ଭାଷା ଓ ଗାଣିତିକ ଜ୍ଞାନ ବୃଦ୍ଧି, ଶିକ୍ଷଣ ସାମଗ୍ରୀର ବ୍ୟବହାର, ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଶୈଖିକ ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀମାନଙ୍କ ଶୈକ୍ଷିକ ପ୍ରଗତି, ମାସିକ ପାଠ୍ୟ ଖସଡା, ସରକାରଙ୍କ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ଯୋଗାଇ ଦିଆଯାଇଥିବା ଟ୍ୟାବ୍ଲେଟର୍ ସଦ୍ବିନିଯୋଗ, ମୋ ସ୍କୁଲ ଅଭିଯାନ, କ୍ଳାସ୍ ପରୀକ୍ଷା, ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ନମୂନା ପାଠ ଯୋଜନା, ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ ଉନ୍ନତି, ବିଦ୍ୟା ପ୍ରବେଶର ୩ ଟି ବିକାଶାତ୍ମକ ଲକ୍ଷ୍ୟ ଆଧାରିତ ଶିକ୍ଷଣ ଫଳାଫଳ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଭାଷା ଓ ଗଣିତରେ ଶିକ୍ଷଣ ଫଳାଫଳ, ଶ୍ରେଣୀ ପରିଚାଳନାରେ ସୁବିଧା ଓ ଅସୁବିଧା, ଗଣିତରେ ଦକ୍ଷତା ବୃଦ୍ଧି, ବିଲଡିଂ ବ୍ଳକ ଆପ୍କୁ କିପରି ବ୍ୟବହାର କରାଯିବ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ, କ୍ଳଷ୍ଟର ସ୍ତରରେ ନିୟମିତ ପ୍ରଫେସନାଲ୍ ଲର୍ଣ୍ଣିଂ କମ୍ୟୁନିଟି କରି ବିଦ୍ୟାଳୟରେ ଶିକ୍ଷାଦାନର ଶୈଳୀ, ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ, ମୌ÷ଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସଫଳ ରୂପାୟନ, ସିଆର୍ସିସିମାନେ ମାନ ନିର୍ଦ୍ଧାରଣ ପରିଚାଳନାରେ ଶିକ୍ଷକଙ୍କୁ ସହାୟତା, ସିଆର୍ସିସି ମାନେ ବିଦ୍ୟାଳୟ ପରିଦର୍ଶନ କରି ମାନ ନିର୍ଦ୍ଧାରଣର ଗୁଣବତ୍ତାକୁ ନିଶ୍ଚିତ କରିବା, ପ୍ରଧାନଶିକ୍ଷକମାନେ ମାନ ନିର୍ଦ୍ଧାରଣକୁ ସୁଚାରୂ ରୂପେ ସଂପାଦନ କରିବା, ସମସ୍ତ ମାନ ନିର୍ଦ୍ଧାରଣ ସମ୍ବନ୍ଧୀୟ ତଥ୍ୟକୁ ଶିକ୍ଷଣ ସୋପାନ ରେଜିଷ୍ଟରରେ ଲିପିବଦ୍ଧ କରିବା, ଶିକ୍ଷକମାନେ ଭୟମୁକ୍ତ ଓ ଆନନ୍ଦଦାୟୀ ପରିବେଶରେ ସମସ୍ତ ଶ୍ରେଣୀରେ ମାନ ନିର୍ଦ୍ଧାରଣ କାର୍ଯ୍ୟ କରିବା, ବିଭିନ୍ନ ଦକ୍ଷତାକୁ ନେଇ ଶିକ୍ଷାର୍ଥୀମାନଙ୍କର ଶୈକ୍ଷିକ ଉପଲବ୍ଧିକୁ ଶିକ୍ଷଣ ସୋପାନ ରେଜିଷ୍ଟରରେ ଲେଖିବା ଓ ମାନ ନିର୍ଦ୍ଧାରଣ କାର୍ଯ୍ୟକୁ ସ୍ୱଚ୍ଛତା ସହ ସଂପାଦନ କରିବା, ଶ୍ରେଣୀ ପରିଚାଳନା ସମୟରେ ସୁବିଧା ଓ ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର୍ରେ ରେଜିଷ୍ଟ୍ରରେ ଆଲୋଚନା, କ୍ୟାରିୟର୍ ମାର୍ଗଦର୍ଶନ ୱେବ୍ସାଇଟ୍କୁ ତ୍ୱରାନ୍ୱିତ, ନିପୁଣ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା, ଭେଟନଇ, କାଳଷଣ୍ଢପୁର, ବାବନପୁର, ବଡଖୋଲି, ଖାରିଆ, କେ.ନୁଆଁପଲ୍ସୀ, ନିମିନା, କେନ୍ଦୁପଦର, ଗଙ୍ଗାପୁର, ନଳବଣ୍ଟା, ଆସିକା ସଦର, ହରିଡାପଦର କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ (ଏଫ୍ଏଲ୍ଏନ୍) କୁ ସୁପରିଚାଳନା କରିବା ଦିଗରେ ସିଆର୍ସିସି ନାରାୟଣ ସାହୁ, ରଂଜିତା ପାତ୍ର, ହରିବନ୍ଧୁ ବେହେରା, ଶିଶିରକାନ୍ତ ବେହେରା, ଟୁଲୁ ସେଠୀ, ରାଧାମୋହନ ଡାକୁଆ, ଚନ୍ଦ୍ରଶେଖର ସ୍ୱାଇଁ, ଅର୍ଚ୍ଚନା ବେହେରା, ଚିତ୍ରସେନ ସେଠୀ, ସୌଦାମିନୀ ହୋତା, ସରୋଜ କୁମାର ପ୍ରଧାନଙ୍କ ସମେତ ବହୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସଦର କ୍ଳଷ୍ଟରର ଲଛମନପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ମାସିକ ସମୀକ୍ଷା ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ନାୟକ ଯୋଗେଦେଇ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ନିପୁଣ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲା ବେଳେ ଏହି ବୈଠକରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରା, ଅଂଜୁକ୍ତାରାଣୀ ପଟ୍ଟନାୟକ, ସୁଜାତା ସେଠୀ, ଜ୍ୟୋତ୍ସ୍ନାରାଣୀ ବେହେରା, ଜୟନ୍ତୀ ସ୍ୱାଇଁ, ଲୀଲାବତୀ ଦେବୀ, ସନ୍ତୋଷିନୀ ମୁନି, ବିଚିତ୍ରବିହାରୀ ଦାଶ, ଟୁଲୁ ବେହେରା, ବନିତା କୁମାରୀ ଲେଙ୍କା, ସଂଜୁଲତା ସାବତଙ୍କ ସମେତ ବହୁ ଶିକ୍ଷକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।