ଆସ୍ଥା ଭୋଟରେ ସରପଞ୍ଚ ହାରିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାରେ ବିଜେପି-ବିଜେଡି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଇତି ମଧ୍ୟରେ ଜଣେ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ ଭୋଟରେ ବିଜେପି ଦଳ ହାରିଥିବାବେଳେ ବିଜେଡି ବାଜିମାତ କରିଛି । ଘଟଣାରୁ ପ୍ରକାଶ,ଏହି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ନିର୍ବାଚିତ ସରପଞ୍ଚ କାହ୍ନୁଚରଣ ଭୂୟାଁ ଅନାସ୍ଥା ପ୍ରସ୍ତାବ ଆଗତପରେ ନିଜର ପଦବୀ ହରାଇଥିବାର ଜଣାପଡିଛି । ଅନାସ୍ଥା ପ୍ରସ୍ତାବ ଆଗତ ପରେ କାହ୍ନୁଙ୍କ ସପକ୍ଷରେ ୩ଟି ଭୋଟ ପଡିଥିବାବେଳେ ତାଙ୍କ ବିପକ୍ଷରେ ୮ଗୋଟି ଭୋଟ ପଡିଥିବାର ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଭାବେ ଶ୍ରୀ ଭୂୟାଁ କୁଜାସିଂ ପଞ୍ଚାୟତରୁ ନିର୍ବାଚନ ଲଢି ସରପଞ୍ଚ ଭାବେ ନିର୍ବାଚନ ଲଢି ଜିଣିଥିଲେ । ଇତି ମଧ୍ୟରେ ଅନେକ ରାଜନୈତିକ ପଟପରିବର୍ତ୍ତନ ଦେଖାଯିବା ସହ ସେ ବର୍ତ୍ତମାନର ପାରଳାଖେମୁଣ୍ଡିର ବିଧାୟକ କେ.ନାରାୟଣ ରାଓଙ୍କୁ ସମର୍ଥନ କରି ଭାଜପାରେ ଯୋଗଦେଇଥିଲେ । ତେବେ ଗତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ତାଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ରହିଥିଲା ବୋଲି ଜିଲା ବିଜେଡି ପକ୍ଷରୁ ତାଙ୍କୁ ବହିଷ୍କୃତ କରିବାପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । ଏପରିକି ପୂର୍ବତନ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ କହିବା ଅନୁସାରେ ଗତ ଏକ ବର୍ଷ ପୂର୍ବରୁ କୁଜାସିଂ ସରପଞ୍ଚଙ୍କ ନାମରେ ବିଭିନ୍ନ ଦୁର୍ନିତୀ ଅଭିଯୋଗ ରହିଥିଲା ଏବଂ ପଞ୍ଚାୟତବାସୀ ତାଙ୍କ ପ୍ରତି ଅସନ୍ତୁଷ୍ଟ ମଧ୍ୟ ରହିଥିଲେ । ତେଣୁ ଅନାସ୍ଥା ପ୍ରସ୍ତାବ ଦ୍ୱାରା ତାଙ୍କୁ ତାଙ୍କ ପଦବୀ ହରାଇବାକୁ ପଡିବା ସହ ଏହା ଜିଲା ବିଜେଡିର ଏକ ବୃହତ ବିଜୟ ବୋଲି ବିଜେଡି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇ ସରପଞ୍ଚଙ୍କ ପଦବୀ ହରାଇବାପରେ ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିବା ୱାର୍ଡ ମେମ୍ବରମାନଙ୍କୁ ଜିଲା ସଭାପତି ପ୍ରଦୀପ କୁମାର ନାୟକ, ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଏନସ ଭୂୟାଁ ପ୍ରମୁଖ ନବନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ ଜଣାଇ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ