ସେଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫିଟ୍ ଇଣ୍ଡିଆ ମାନ୍ୟତା ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫିଟ୍ ଇଣ୍ଡିଆ ମାନ୍ୟତା ପ୍ରଦାନ କରାଯାଇ ଥିବା ସୁଚନା ମିଳିଛି । ଏହି ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା ଯୋଗୁଁ ଏହି ମାନ୍ୟତା ଦିଆଯାଇ ଥିବା ଜଣାଯାଇଛି । ସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅଧିନରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନଙ୍କ ପାଇଁ ସୁସ୍ଥତା ଓ ପୋଷଣ ଉପରେ ଗୁରୁତ୍ୱ ପାଇଁ ଆହ୍ୱାନ ଦିଆଯାଇଛି । ଏଥିରେ ମୁଖ୍ୟତଃ ମୁକ୍ତହାତ ବ୍ୟାୟାମ, ମସ୍ତିଷ୍କକୁ ସକ୍ରିୟ ରଖିବାପାଇଁ ବକ୍ତୃତା କାର୍ଯ୍ୟକ୍ରମ, ସୁସ୍ଥ ଶରୀର, ସୁସ୍ଥ ମନ ଓ ପରିବେଶ ଶୀର୍ଷକରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଶାରିରୀକ କାର୍ଯ୍ୟକ୍ରମ ଯଥା ଯୋଗ ନୃତ୍ୟ ଇତ୍ୟାଦି ମଧ୍ୟ ଅନୁଷ୍ଠିତ ହୋଇଛି । ରଚନା, କବିତା ଲିଖନ ପ୍ରତିଯୋଗିତା ଇତ୍ୟାଦିରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଭଳି ବିଭିନ୍ନ ଶଚେତନତା କାର୍ଯ୍ୟକ୍ରମ ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ସେଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫିଟ୍ ଇଣ୍ଡିଆ ସ୍କୁଲ ଭାବେ ମାନ୍ୟତା ପ୍ରମାଣ ପତ୍ର ମିଳିଛି । ଏହାକୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ମୁଖ୍ୟ ପରିଚାଳକ ପ୍ରଦୀପ ପଣ୍ଡା, କ୍ରୀଡା ଶିକ୍ଷକ ଜି.ମେଘନାଧ ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।


