ଇଚ୍ଛା ମୃତ୍ୟୁ ନୁହେଁ ମୁଁ ଜୀବନ ଚାହେଁ…

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ସିଟି ହସପିଟାଲ ର ସର୍ଜରୀ ବିଭାଗର ୨୫ ନମ୍ବର ବେଡରେ ଯନ୍ତ୍ରଣାର ସହ ଛଟପଟହୋଇ କୋହଭରା କଣ୍ଠରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବାକୁ ଚାହୁଁଥିବା ଶିବଶଙ୍କର ବର୍ତ୍ତମାନ ଇଚ୍ଛା ମୃତ୍ୟୁ ନୁହେଁ ଜୀବନ ଜୀଇଁବାକୁ ଚାହୁଁଛନ୍ତି । ନିଜର ପରିବାର ଲୋକ ଅଲୋଡା କରିଦେବା ପରେ ଚିକିତ୍ସିିତ ନିମନ୍ତେ ବ୍ରହ୍ମପୁର ସିଟି ହସପିଟାଲ ଭର୍ତ୍ତି ହୋଇଥିଲେ । କିନ୍ତୁ ନିକଟରେ ତାଙ୍କର ପରିବାର ବନ୍ଧୁବର୍ଗ କେହି ନଥିବାରୁ ସେ ଏକା ଜୀବନ ମରଣ ସହ ସଂଗ୍ରାମ କରୁଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶିବଶଙ୍କରଙ୍କୁ ସହାୟତା ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ଏଥିସହ ବ୍ରହ୍ମପୁର ସହରର ବହୁ ଜନପ୍ରତିନିଧି ସହାୟତାର ହାତ ବଢାଇବା ସହ ଉନ୍ନତ ମାନର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରି ଖୁବଶିଘ୍ର ଶିବଶଙ୍କରଙ୍କ ଉନ୍ନତି ମାନର ଚିକିତ୍ସା ନିମନ୍ତେ ପ୍ରତିଶ୍ରୃତି ମିଳିବା ପରେ ଶିବଶଙ୍କର  ଇଚ୍ଛା ମୃତ୍ୟୁ ନୁହେଁ ମୁଁଁ ନୁଆ ଜୀବନ ଚାହେଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଶିବ । ବର୍ତ୍ତମାନ ସେ ବ୍ରହ୍ମପୁର ବଡ ମେଡିକାଲର ଅନ୍ତବିଭାଗର ୩୩୭ ନମ୍ବର ବେଡରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ