ଅଶୁଭ ସଙ୍କେତ
ଜ୍ୟୋତିଷ ଶାସ୍ତ୍ରରୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଶୁଭ ଓ ଅଶୁଭ ଘଟଣା ସମ୍ପର୍କରେ ଜାଣିହୁଏ । ନବଗ୍ରହ, ୨୭ ନକ୍ଷତ୍ର ଓ ୧୨ଟି ରାଶିର ସ୍ଥିତି ଆଧାରରେ ଆଗତ ଭବିଷ୍ୟତ ସମ୍ପର୍କରେ ଆକଳନ କରାଯାଇଥାଏ । ଯଦି ଜଣେ ଜ୍ୟୋତିଷ ବିଦ୍ୟା ସମ୍ପର୍କରେ ଅଜ୍ଞ, ତେବେ କେତେକ ସଙ୍କେତରୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ଅଘଟଣ ସମ୍ପର୍କରେ ଜାଣିପାରିବ । ତେବେ ଭବିଷ୍ୟତ ହେବାକୁ ଯାଉଥିବା ଅଘଟଣ ସମ୍ପର୍କରେ ଆପଣ କେଉଁ ସଙ୍କେତରୁ ଜାଣିବେ, ତାହା ନିମ୍ନରେ ଉଲ୍ଲେଖ କରାଗଲା ।
୧. ଗହଣା ହଜିବା : ଗହଣା ହଜିବା କିମ୍ବା ଚୋରି ହେବା ଭଲ ସଙ୍କେତ ହୋଇନଥାଏ । ଏହା କୌଣସି ବଡ଼ ବିପଦର ସଙ୍କେତ ଦେଇଥାଏ ।
୨. ପୋଷା ଜନ୍ତୁଙ୍କ ମୃତ୍ୟୁ : ଯେତେବେଳେ ଘରର ପୋଷା ଜନ୍ତୁଙ୍କର ମୃତ୍ୟୁ ହୋଇଥାଏ ସେତେବେଳେ କୌଣସି ବଡ଼ ସମସ୍ୟା ଆସିଥାଏ ।
୩. ଅନାମିକା ଆଙ୍ଗୁଳି ପାଖରେ ଜାଇ ହେବା : ଯେତେବେଳେ ହାତ ପାପୁଲିରେ ହୋଇଥିବା ସୂର୍ଯ୍ୟ ପର୍ବତ ଅର୍ଥାତ୍ ଅନାମିକା ଆଙ୍ଗୁଳିର ତଳ ଭାଗରେ ହଠାତ୍ କୌଣସି ଜାଇ ଉତ୍ପନ୍ନ ହୋଇଥାଏ ତେବେ ବୁଝିଯାଆନ୍ତୁ ଆପଣଙ୍କୁ ଠକାମିର ଶିକାର ହୋଇପାରନ୍ତି ।
୪. ଜୀବନସାଥୀଙ୍କ ସହ ମତଭେଦ : ଯେତେବେଳେ ଜୀବନସାଥୀଙ୍କ ସହ ଆପଣଙ୍କ ମତଭେଦ ବଢ଼ିବାକୁ ଲାଗେ ତେବେ ଏହା ସଙ୍କେତ ଧନହାନି ଆଡ଼କୁ ଇସାରା କରିଥାଏ ।
୫. କୌଣସି ବଡ଼ ଅବସର : ଯେତେବେଳେ ଆପଣଙ୍କୁ ଲାଗିବ ଯେ ଅନେକ ଉଦ୍ୟମ ପରେ ମଧ୍ୟ ଆପଣ କୌଣସି କାମରେ ସଫଳତା ପାଇ ପାରୁନାହାନ୍ତି ସେତେବେଳେ ଏହା ଧନହାନିର ସଙ୍କେତ ଦେଇଥାଏ ।
୬.ପେଟ ସମ୍ବନ୍ଧୀୟ ସମସ୍ୟା : ଯେତେବେଳେ ପେଟ ସମ୍ବନ୍ଧୀୟ ସମସ୍ୟା ବଢ଼ିବାକୁ ଲାଗିଥାଏ ଏବଂ ମନ ଚିଡ଼ଚିଡ଼ା ଲାଗିଥାଏ ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଜୀବନରେ କୌଣସି ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ରହିଛି । ଏହା ଆର୍ଥିକ ଏବଂ ଶାରୀରିକ ମଧ୍ୟ ହୋଇଥାଏ ।
୭. ଧନ ସମ୍ବନ୍ଧୀୟ ସମସ୍ୟା : ଯେତେବେଳେ ହଠାତ୍ କହିବାବେଳେ ଜିଭ ଥରିବାକୁ ଲାଗିବ ଏବଂ ପାଟିରେ ଆବଶ୍ୟକତାଠୁ ଅଧିକ ଲାଳ ସୃଷ୍ଟି ହେବ, ତେବେ ଏହା ଭବିଷ୍ୟତରେ ଆର୍ଥିକ ଏବଂ ଆଇନଗତ ସମସ୍ୟାରେ ପଡ଼ିବାର ସଙ୍କେତ ଦେଇଥାଏ ।
୮. ପାଣି ଟାଙ୍କି : ଯଦି ଆପଣଙ୍କ ଘରର ପାଣି ଟାଙ୍କି ହଠାତ୍ ଲିକ୍ ହୋଇଯାଇଥାଏ ତେବେ ବୁଝିଯାଆନ୍ତୁ ଯେ କୌଣସି ବଡ଼ ଧରଣର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
୯.ତେଲ ପଡ଼ିବା : ହଠାତ୍ ମୁଖ୍ୟ ଦ୍ୱାରରେ ତେଲ ପଡ଼ିଥିବାର ଦେଖାଯାଏ ତେବେ ଏହା ସଙ୍କେତ ଦେଇଥାଏ ଯେ ଆପଣଙ୍କ ପରିବାର ଉପରେ କୌଣସି ବିପତ୍ତି ଆସିପାରେ ।
୧୦. ଇଲେକ୍ଟ୍ରୋନିକ୍ ଉପକରଣ : ଯଦି ହଠାତ୍ ଆପଣଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ବାରମ୍ବାର ଖରାପ ହୋଇଥାଏ ତେବେ ବୁଝିଯାଆନ୍ତୁ ଏହା ଆପଣଙ୍କ ଧନହାନିର ସଙ୍କେତ ଦେଇଥାଏ । ଆସନ୍ତା ଭବିଷ୍ୟତରେ ଆପଣଙ୍କୁ ବଡ଼ ଧରଣର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।


