ଇଞ୍ଚୋଳର ଛାତ୍ର ଶୁଭମ ମହାପାତ୍ରଙ୍କ ସଫଳତା
ହାଟଡ଼ିହି – : ବୈଷୟିକ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ ଇଞ୍ଚୋଳ ଗ୍ରାମର ଶୁରେଶ ଚନ୍ଦ୍ର ମହାପାତ୍ରଙ୍କ ପୁଅ ତଥା ଯାଜପୁର ପଲିଟେକନିକ କଲେଜର ଛାତ୍ର ପି.ଏଲ. ଶୁଭମ ମହାପାତ୍ର ସାଂସ୍କୃତିକ ପ୍ରତିଯୋଗୀତାରେ ଅନୁଷ୍ଠିତ ଡ୍ରାମରେ ଚମତ୍କାର ଅଭିନୟ କରି ପ୍ରଥମସ୍ଥାନ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାକୁ ମନୋନୀତ ହୋଇଛନ୍ତି । ବାରିପଦା ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଓଡିଶାର ୨୯ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ଶୁଭମ ମହାପାତ୍ରଙ୍କ ଡ୍ରାମା ଅଭିନୟ ସମସ୍ତଙ୍କ ମନ ମୋହିଥିଲା । ସେ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋନୀତ ହେବାପରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ସହପାଠୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


