ବର୍ତ୍ତିଗଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ୍- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୌକି ଅଳ୍ପକେ ବର୍ତ୍ତିଗଲା । ଆମେରିକା ସିନଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଚାଲିଥିବା ମହାଭିଯୋଗ ୫୨-୪୮ ଅନ୍ତରରେ କାଟ୍ ଖାଇଲା । ଟ୍ରମ୍ପଙ୍କ ଉପରେ କ୍ଷମତାର ଦୂରୁପଯୋଗ କରିବା ଏବଂ ସଂସଦର କାର୍ୟ୍ୟରେ ବାଧା ଦେଇଥିବା ଅଭିଯୋଗ ଥିଲା । ତେବେ ଟ୍ରମ୍ପ ଉଭୟ ଅଭିଯୋଗରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କ୍ଷମତାରୁ ଦୂରୁପଯୋଗ କରିବା ମାମଲାରେ ଟ୍ରମ୍ପ ୫୨-୪୮ ଏବଂ ସଂସଦ କାର୍ୟ୍ୟରେ ବାଧା ଦେବା ମାମଲାରେ ଟ୍ରମ୍ପ ୫୩-୪୭ ଅନ୍ତରରେ ରକ୍ଷା ପାଇଯାଇଛନ୍ତି । ସିନେଟର୍ସ ଆମେରିକାର ଚିଫ୍ ଜଷ୍ଟିସ୍ ଜନ୍ ରବର୍ଟସଙ୍କ ଅଧ୍ୟକ୍ଷତାରେ ସିନେଟର ଫ୍ଲୋରରେ ଜଣେ ଜଣେ କରି ମତଦାନ କଲେ । ସଂସଦରେ କ୍ଷମତାଧାରୀ ରିପବ୍ଲିକାନ୍ ପାର୍ଟି ପାଖରେ ସିନଟେରେ ୫୩ ସିଟ୍ ଥିବାବେଳେ ଡେମୋକ୍ରେଟ୍ସ ପାଖରେ ୪୭ ସିଟ୍ ଅଛି ।


