ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ପେବ୍ୟାକ୍ ସହ ମିଶି କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଉନ୍ମୋଚନ
ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଦେଶର ସର୍ବବୃହତ ମଲ୍ଟି ବ୍ରାଣ୍ଡ୍ ଲୟାଲ୍ଟି ପ୍ରୋଗ୍ରାମ୍ ପେବ୍ୟାକ୍ ସହ ମିଶି କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପେବ୍ୟାକ୍ କ୍ରେଡିଟ୍ କାର୍ଡ”କୁ ଉନ୍ମୋଚନ କରାଯାଇଛି । ଏହି କାର୍ଡ ଜରିଆରେ ଗ୍ରାହକମାନେ ଯେତେ ପେମେଂଟ୍ କରିବେ ସେହି ଅନୁସାରେ ପେବ୍ୟାକ୍ ପଏଂଟ୍ ହାସଲ କରିପାରିବେ । ଗ୍ରାହକମାନେ ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ରେ କାରବାର କରିବା ବେଳେ ପେବ୍ୟାକ୍ ପଏଂଟ୍ ହାସଲ କରିପାରିବେ । ସେହି ପଏଂଟ୍କୁ ଗ୍ରାହକମାନେ ବାହାରେ ଖାଇବା, ସପିଙ୍ଗ, ମନୋରଂଜନ, ଟ୍ରାଭେଲ ବୁକିଙ୍ଗ ଆଦିରେ ବ୍ୟବହାର କରିପାରିବେ । ଏହି କାର୍ଡରେ ଭିଜାର ‘ପେୱେଭ୍’ ପ୍ରଯୁକ୍ତି ରହିଛି ଯାହା ଜରିଆ ଗ୍ରାହକମାନେ ଅତି ସହଜରେ ମର୍ଚାଂଟ୍ ଟର୍ମିନାଲ୍ରେ ଏହାକୁ ବ୍ୟବହାର କରିପାରିବେ । ପେବ୍ୟାକ୍ ପଏଂଟ୍କୁ ଗ୍ରାହକମାନେ ପେବ୍ୟାକ୍ର ଆପ୍ ଓ ୱେବସାଇଟ୍ରେ ମଧ୍ୟ ବ୍ୟବହାର କରି ହଜାର ହଜାର ସାମଗ୍ରୀ କିଣିପାରିବେ ।
ଏହି କାର୍ଡ ବିଷୟରେ ଶ୍ରୀଯୁକ୍ତ ଅନୀଲ ରାମଚନ୍ଦ୍ରନ, ଇଭିପି ଓ ମୁଖ୍ୟ, ମାର୍କେଟିଂ ଓ ରିଟେଲ୍, ଅନସିକ୍ୟୁରଡ୍ ଆସେଟସ୍ ଏଟ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “ଗ୍ରାହକମାନଙ୍କ ପାଇଁ ଅଭିନବ ଉତ୍ପାଦ ଆଣିବା ପାଇଁ ଇଣ୍ଡସଇଣ୍ଡ୍ ବ୍ୟାଙ୍କ ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେ ପେବ୍ୟାକ୍ ସହିତ ସହଯୋଗିତା ସ୍ଥାପନ କରି ଏକ ନୂଆ ଓ ସମୃଦ୍ଧ କ୍ରେଡିଟ କାର୍ଡ ଆଣିଛୁ ଯାହା ଗ୍ରାହକମାନଙ୍କୁ ରିୱାର୍ଡ ପଏଂଟ୍ ପ୍ରଦାନ କରିବା ସହିତ ସହଜରେ ତାହାକୁ ରିଡିମ୍ କରିବାର ସୁବିଧା ମଧ୍ୟ ଦେବ । ଇଣ୍ଡସଇଣ୍ଡ୍ ବ୍ୟାଙ୍କ ପେବ୍ୟାକ୍ କାର୍ଡ ଶିଳ୍ପର ସବୁଠୁ ଆକର୍ଷଣୀୟ ରିୱାର୍ଡିଂ କାର୍ଡ ହେବ ବୋଲି ଆମେ ଆଶା ରଖିଛୁ । ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଆଗାମୀ ଦିନରେ ମଧ୍ୟ ଆମେ ଏଭଳି କୋ-ଉତ୍ପାଦ ଆଣିବା ଉଦ୍ୟମ ଜାରି ରଖିବୁ ।’’
ଶ୍ରୀଯୁକ୍ତ ଗୌତମ କୌସିକ, ସିଇଓ, ପେବ୍ୟାକ ଇଣ୍ଡିଆ କହିଛନ୍ତି ଯେ, “ଆର୍ଥିକ ସେବା ପ୍ରଦାନକାରୀଙ୍କ ସହ ସହଯୋଗିତା ଆମ ଲୟାଲଟି କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ଏହି ସହଯୋଗିତା ଜରିଆରେ ଆମେ ଗ୍ରାହକଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ନୂଆ ଇଣ୍ଡସଇଣ୍ଡ ବ୍ୟାଙ୍କ ପେବ୍ୟାକ୍ କ୍ରେଡିଟ୍ କାର୍ଡ ଜରିଆରେ ସେମାନଙ୍କୁ ଅତୁଳନୀୟ ରିୱାର୍ଡ ପ୍ରଦାନ କରିବୁ ।’’
ଏହି କ୍ରେଡିଟ୍ କାର୍ଡ ଜରିଆରେ ଗ୍ରାହକମାନେ ସପିଙ୍ଗ ବେଳେ ପ୍ରତି ୧୦୦ ଟଙ୍କା ଖର୍ଚ ଉପରେ ୫ ପେବ୍ୟାକ୍ ପଏଂଟ୍ ପାଇବେ । ସିନେମା ଟିକଟରେ ପ୍ରତି ୧୦୦ ଟଙ୍କା ଖର୍ଚରେ ୨୦ ପେବ୍ୟାକ୍ ପଏଂଟ୍ ପାଇବେ । ସେହିପରି ଅନ୍ୟାନ୍ୟ ଖର୍ଚ ଉପରେ ରିୱାର୍ଡ ପଏଂଟ୍ ପାଇବା ବ୍ୟତୀତ ମାସିକ ଏବଂ ବାର୍ଷିକ ବୋନସ୍ ମଧ୍ୟ ପାଇବେ । ଫ୍ୟୁଚର ପ୍ରିଭିଲେଜ୍ ପ୍ରୋଗ୍ରାମ୍ ପାଇଁ ସେମାନଙ୍କୁ ମାଗଣା ସଦସ୍ୟତା ମିଳିବ ।