ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେରେ ଅଗ୍ନିକାଣ୍ଡ
ନିମାପଡ଼ା,(ସନ୍ତୋଷ ଦାଶ): ଅପରାହ୍ନରେ ନିମାପଡ଼ା ଇଣ୍ଡିଆନ ଅଏଲ ପମ୍ପ ପାଖରେ ଆକସ୍ମିକ ନିଆଁ ଲାଗି ପେଟ୍ରୋଲ ପମ୍ପ ଆଡ଼କୁ ମାଡୁଥିବା ବେଳେ ଖବର ପାଇ ନିମାପଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତିନୋଟି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ଏପରି ଘଟିଛି ବୋଲି ଆଲୋଚନା ହେଉଛି । ଇଣ୍ଡିଆନ ଅଏଲ ପମ୍ପର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।ଅଗ୍ନିଶମ ବାହିନୀ ଠିକ୍ ସମୟରେ ଘଟଣା ସ୍ଥଳରେ ପହଞ୍ଚିବାରୁ ବଡ ଅଘଟଣରୁ ରକ୍ଷା ମିଳିଯାଇଛି ବୋଲି ଚର୍ଚ୍ଚା ହେଉଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।