ଇଣ୍ଡିଆ ମେଣ୍ଟ ତରଫରୁ ଆସନ୍ତା ୮ତାରିଖରେ ବନ୍ଦ ଡାକରା ନେଇ ସାମ୍ବାଦିକ ସମ୍ମିଳନୀ
ରାଇରଙ୍ଗପୁର,(ୱାଇଏନଏସ): ଇଣ୍ଡିଆ ମେଣ୍ଟ ତରଫରୁ ଆସନ୍ତା ୮ ଅକ୍ଟୋବର ଗୁରୁବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି, ଏଥିରେ ସମସ୍ତ ସରକାରୀବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଗାଡିମଟର ଚଳାଚଳ ବନ୍ଦ ରହିବ, କିନ୍ତୁ ଜରୁରୀକାଳୀନ ସେବା ଅବ୍ଯାହତ ରହିବ, ଏହି ବନ୍ଦ ଡାକରାର ୪ଟି ପ୍ରମୁଖ ଦାବୀ ଗୁଡିକ ହେଲା- ଏମଏମଡିଆର ଆଇନ ରଦ୍ଦ କରାଯାଉ, ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ, ନିତ୍ଯାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ଓ ବନ୍ଯା ବିପନ୍ନ ଙ୍କୁ ତୁରନ୍ତ ସହାୟତା ଦିଆଯାଉ, ଏ ନେଇ ସାମ୍ବାଦିକ ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହୁଲଡିହା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଭୂବନବିହାରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସମ୍ମାନିତ ଅତିଥି ଭାବେ ଓପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି, ଓପିସିସି ସମ୍ପାଦକ ଅନିମା ମିଂଜ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ଯାମଚରଣ ହାଁସଦାଃ, ପ୍ରହଲ୍ଲାଦ ପୂର୍ତ୍ତୀ, ଓପିସିସି ମହିଳା କଂଗ୍ରେସ ଉପସଭାପତି ଜୋବାମଣୀ ଟୁଡୁ, ଏସସି ସେଲ ଓପିସିସି ଉପସଭାପତି କ୍ଷୀରୋଧ ଚନ୍ଦ୍ର ପାତ୍ର, ଏସସି ସେଲ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ବେହେରା, ଅକ୍ଷୟ ମହାନ୍ତି ଓ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ସମ୍ପାଦକ ରୂପକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ, ଅତିଥିବୁନ୍ଦ ଉପରୋକ୍ତ ଦାବୀ ଗୁଡିକ ସଂପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ, ବୈଠକରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀର ସମସ୍ତ ବ୍ଲକ ଓ ପଞ୍ଚାୟତ ସଭାପତି , ରାଇରଙ୍ଗପୁର ମ୍ଯୁନିସିପାଲିଟିର କର୍ମକର୍ତ୍ତା ଓ ସଂଗଠକ ତଥା ବହୁ କଂଗ୍ରେସ କର୍ମୀଙ୍କ ସମେତ ସିପିଆଇ ନେତା ଜଗବନ୍ଧୁ ମିଶ୍ର ଯୋଗ ଦେଇଥିଲେ.


