ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିର
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ କର୍ମଚାରୀମାନଙ୍କ ପାଇଁ ଚତୁର୍ଦିବସୀୟ ମାଗଣା ମେଗା ସ୍ୱାସ୍ଥ୍ୟପରୀକ୍ଷା ଶିବିର କୃଷକ ଭବନ ପରିସରରେ ଆରମ୍ଭ ହୋଇଯାଇଛି । ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟସେବା ସଂଗଠନ ଶୁଭମ୍ ଡାଇଗ୍ନୋଷ୍ଟିକ୍ର ଡଃ ଶଶୀଭୂଷଣ ନେପାକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅଭିଜ୍ଞ ତଥା ବରିଷ୍ଠ ବିଶେଷଜ୍ଞମାନେ ଯୋଗଦେଇ ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ଛାତିର ରଂଜନରଶ୍ମୀ ପରୀକ୍ଷା, ରକ୍ତଚାପ ଓ ମଧୁମେହ ପରୀକ୍ଷା, ଶରୀରର ବୃତ୍ତିଗତ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ପରୀକ୍ଷା, ସର୍କରା ଓ ଚର୍ବିସ୍ତର ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷାନୀରିକ୍ଷା କରି ରୋଗ ନିରୂପଣ କରିବା ସାଙ୍ଗକୁ ଆବଶ୍ୟକୀୟ ଔଷଧ ଖାଇବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଆରମ୍ଭ ହୋଇଥିବା ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ପରିଚାଳନା ପରିଷଦର ସଦସ୍ୟ ରବିନ୍ଦ୍ର ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକ ଓ ପ୍ରାଥମିକତା ଦେଇ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଚିନିକଳର ଦୀର୍ଘ ବର୍ଷ ଇତିବାସରେ ପ୍ରଥମ ଥର ପାଇଁ ଏଭଳି ଏକ କର୍ମଚାରୀ କଲ୍ୟାଣକାରୀ ପ୍ରୟାସକୁ ସମବାୟପ୍ରେମୀ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ପରୀକ୍ଷାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି, ଚିନିଶିଳ୍ପର କର୍ମଚାରୀ ବାଇଧର ନାହାକ, ଅନିଲ୍ କୁମାର ଦାଶ, ପ୍ରଶାନ୍ତ କୁମାର କର, ଇଂ.ଅରୁଣ କୁମାର ପ।।ତ୍ର, ଇଂ ଶ୍ରୀନିବାସ ମହାପାତ୍ର, ଏସ୍.ସୁଜିତ୍ କୁମାର ପୃଷ୍ଟି, ଏମ୍.ରାମବାବୁ ଦୋରା, ଜ୍ୟୋତିର୍ମୟୀ ରାଉତ, ସଂଜୟ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ପାତ୍ର, ଜଗନ୍ନାଥ ପଟ୍ଟନାୟକ, ବିଶ୍ୱନାଥ ପାଣିଗ୍ରାହୀ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ଅତୁଲ୍ୟ ଖଣ୍ଡୁଆଳ, ଜଗଦିଶ ପାତ୍ର, ହାଡୁବନ୍ଧୁ ପାତ୍ର, ପ୍ରତାପ ଚନ୍ଦ୍ର ପାଢୀ, ବିନୋଦ କୁମାର ଜେନା, ସୌମେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ନାହାକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲା ବେଳେ ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବହୁ କର୍ମଚାରୀ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଆୟୋଜନ କରାଯାଇଥିବା ଏଭଳି ନିଃଶୁଳ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।


