କାଠ ବୋଝେଇ ପିକ୍ଅପ୍ ଜବତ, ଜଣେ ଗିରଫ
ମାଲକାନଗିରି, ୬|୧୦ (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ରେଞ୍ଜ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବନ ବିଭାଗ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ବେଆଇନ ଭାବେ ଚାଲାଣ ହେଉଥିବା କାଠ ଜବତ କରିଛି। ଗାଡ଼ିରୁ ୨.୧୬୦ ଘନମିଟର ଆମ୍ବ ଓ ପଣସ କାଠର ବାଟେନ୍ ମିଳିଥ୍ଲା I କାଠ ପରିବହନ ପାଇଁ ରେଞ୍ଜ ଅଞ୍ଚଳର ଅନୁମତି ପତ୍ର ଆବଶ୍ୟକ ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ଗାଡ଼ି ସହ କାଠକୁ ଜବତ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଏହି ଘଟଣାରେ ଗିରଫ କରିଛନ୍ତି | ବେଆଇନ କାଠ ଚାଲାଣ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ବନ ସମ୍ପଦର ସୁରକ୍ଷା ପାଇଁ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ରେଞ୍ଜର ରମେଶ ଚନ୍ଦ୍ର ରାଉତ କହିଛନ୍ତି ।


