ଇତିହାସ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ନୂତନ ଭାବେ ପ୍ରବେଶ କରିଥିବା ଇତିହାସ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୨୭ ତାରିଖ ଦିନ ଉତ୍ସାହର ସହ ସ୍ୱାଗତ କାର୍ଯ୍ୟକ୍ରମ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଆଇ.କିୟୁ.ଏ.ସି. ସହସଂଯୋଜକ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, ଇତିହାସ ବିଭାଗର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଓ ଅଧ୍ୟାପିକା ସସ୍ମିତା ସାମନ୍ତରା ଅତିଥିଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଓ ଛାତ୍ରଛାତ୍ରୀ ବୃନ୍ଦ ଇତିହାସ ଅଧ୍ୟୟନରେ ଅତୀତର ବିଷୟ ବସ୍ତୁକୁ ନେଇ ଭବିଷ୍ୟତ ପାଇଁ ଆଲୋକପାତ କରିପାରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ