ଇଥୋପିଆରେ ବିମାନ ଦୁର୍ଘଟଣା ୪ ଭାରତୀୟ ମୃତ୍ୟୁ ସୂଚନା
ଇଥିଓପିଆର ରାଜଧାନୀ ଅଦିସ ଓବାବା ଠାରେ ଇଥିଓପିଆ ଏୟାରଲ୍ୟାଣ୍ଡର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟମାରେ ମୋଟ୍ ୧୫୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୪ ଭାରତୀୟ ନାଗରିକ ମଧ୍ୟ ରହିଛନ୍ତି ।
ଏହି ୪ ଭାରତୀୟଙ୍କ ମଧ୍ୟରେ ପର୍ୟ୍ୟଟନ ମନ୍ତ୍ରାଳୟର ପରାମର୍ଶଦାତା ଶିଖା ଗର୍ଗ ରହିଛନ୍ତି । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୩୫ଟି ଦେଶର ନାଗରିକ ରହିଛନ୍ତି । ୭୩୭ ବିମାନଟି କିଛି ମିନିଚ ପରେ କ୍ରାସ ହୋଇ ଯାଇଥିଲା ସେଥିରେ ୮ ବିମାନ ମେମ୍ବର ଏବଂ ୧୪୯ ଯାତ୍ରୀ ରହିଥିଲେ । ମୃତ୍ୟୁବରଣ କରିଥିବା ଅନ୍ୟ ଭାରତୀୟମାନେ ହେଉଛନ୍ତି ବିଦ୍ୟା ଭାସ୍କର, ହାସିନ ଅନ୍ନାଗେଶ ଏବଂ ନୁକବାରପୁ ମନୀଷା । ଶିଖା ଗର୍ଗ ଜାତୀୟ ପର୍ୟ୍ୟଟନ ମନ୍ତ୍ରାଳୟର ଏକ ବୈଠକରେ ସାମିଲ ହେବା ପାଇଁ ଯାଉଥିଲେ ।
ପର୍ୟ୍ୟଟନ ମନ୍ତ୍ରାଳୟ ଏବେ ଅନ୍ୟ ଭାରତୀୟ ପରିବାରକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ମନ୍ତ୍ରୀ ହର୍ଷ ବର୍ଦ୍ଧନ ଟୁଇଟ କରି କହିଛନ୍ତି ଯେ, ତାଙ୍କର ୪ ଭାରତୀୟ ନାଗରିକଙ୍କ ପରିବାର ସହ ଇଥିଓପିଆ ଏୟାରଲ୍ୟାଣ୍ଡ ବିମାନ କ୍ରାଶରେ ଯେଉଁମାନେ ନିହତ ହୋଇଛନ୍ତି ସେମାନଙ୍କୁ ସେ ସମବେଦନା ଜଣଇଛନ୍ତି । ଏହା ସହ ମନ୍ତ୍ରାଳୟ ସହ ଯୋଡି ହୋଇଥିବା ଶିଖାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ଭାରତୀୟଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।