ଇସାନେଶ୍ୱର କ୍ଲବ ପକ୍ଷରୁ ସଦଭାବନା ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ କୁରିକି ଗ୍ରାମର ଇସାନେଶ୍ୱର କ୍ଲବ ପକ୍ଷରୁ ସଦଭାବନା ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ନେହୁରୁ ଯୁବକେନ୍ଦ୍ର ସଂଗଠନ ଆନୂକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ବିକାଶ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ନେହୁରୁ ଯୁବକେନ୍ଦ୍ର ସଂଗଠନର ପୁରାତନ ଜାତୀୟ ସେଚ୍ଛାସେବୀ ସଂଯୋଜକ ମନସ୍ୱିନୀ ନାୟକ, ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଯୁଧିଷ୍ଟିର ସ୍ୱାଇଁ, ଶିକ୍ଷକ ବିଜୟ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଦ୍ଭାବନା ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର ସଂପାଦକ ପବିତ୍ର କୁମାର ପଣ୍ଡା, ସଦସ୍ୟ ଚନ୍ଦ୍ରକାନ୍ତ ସ୍ୱାଇଁ, ସିଜୟ ସ୍ୱାଇଁ, ବାବୁନା ପରିଡାଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।


