ଉକ୍ରଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ସାହିତ୍ୟ ଉଦେ୍ଦଶ୍ୟ ପ୍ରଣୋଦିତ ନହୋଇ ପ୍ରେରଣା ସମ୍ବୁତ ହେବା ଆବଶ୍ୟକ । ଏହା ଦ୍ୱାରା ସାହିତ୍ୟ ପାଠକ ମାନଙ୍କ ମନକୁ ଛୁଇଁ ପାରିବ ବୋଲି ହାଟଡିହି ବ୍ଲକ ଜାମିତିରା ଠାରେ ଅନୁଷ୍ଠିତ ଉକ୍ରଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଏବେ ମଣିଷ ମାନଙ୍କ ଭିତରେ ମଣିଷ ପଣିଆ ଦିନକୁ ଦିନ ହଜି ହଜି ଯାଉଛି । କିନ୍ତୁ ସାହିତ୍ୟ ମାଧ୍ୟମରେ ଲୋକଙ୍କ ଭିତରେ ମଣିଷ ପଣିଆକୁ ସୃଷ୍ଟି କରାଯାଇ ପାରିବ, ଏଥିପ୍ରତି ସମସ୍ତ ସାହିତ୍ୟକ ମାନେ ଯତ୍ନବାନ ହୋଇ କଲମ ଚାଳନା କରିବା ଆବା୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଜନ୍ମଦିବସ ଅବସରରେ ଅନୁଷ୍ଠିତ ଏହି ସାହିତ୍ୟ ସାମରୋହରେ ସଂସଦର ସଭାପତି ପ୍ରାଧ୍ୟାପକ ଡ.ସୁଧାଶୁଂ ଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ବନ୍ତ ସମ୍ବାଦ ସାହିତ୍ୟଘରର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ଏହାକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ.ରାମଚନ୍ଦ୍ର ନାୟକ, ସମ୍ମାନୀତ ଅତିତô ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ବହଳି, ସମ୍ମାନୀତ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ନୁତନ ପ୍ରତିଭା ସୃଷ୍ଟି ପାଇଁ ଗ୍ରାମାଞ୍ଚଳ ସାହିତ୍ୟ ସଂସଦ ଗୁଡିକର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ରମାକାନ୍ତ ଜେନା ଅତିତô ପରିଚୟ ପ୍ରଦାନ କରିଥିବାବେଳେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରକ୍ତନ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଜଗନ୍ନାଥ ପାତ୍ର ଉଦେ୍ଦଶ୍ୟ ଜ୍ଞାପନ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ଭସ୍କର ଚନ୍ଦ୍ର ପାଢ଼ୀ ମାନପତ୍ର ପାଠ କରିଥିଲେ । ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗଣେଶ ପ୍ରସାଦ କରଶର୍ମାଙ୍କ ରଚିତ ପୁସ୍ତକ ‘ଜୀବନ କା ଖେଳ’ ଓ ‘ସଙ୍ଗ୍ ଅଫ ହାରମନି’, ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ରଚିତ ପୁସ୍ତକ ‘ସକଳ ଘଟେ ନାରାୟଣ’, ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ରଚିତ ପୁସ୍ତକ ‘ନା ନାରେ ବାଇଆ’ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଗଣେଶ ପ୍ରସାଦ କରଶର୍ମା, ପ୍ରତିମା ସ୍ୱାଇଁ, ହେମନ୍ତ କୁମାର ସିଂ, କିଶୋର ଆଚାର୍ଯ୍ୟ,ରାଜ କିଶୋର ଆଚାରୀ, ସେକ୍ ଜୈମୁଲ ଆବେଦିନ୍, ଗୋପାଳ କୃଷ୍ଣ ରାଉତ, ସାଇପ୍ରକାଶ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ହାସ୍ୟମୟୀ ରାଜ ଓ କବି ଦାଶରଥି ଜେନାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ନରହରି ରାଉତ, ଅନ୍ନପୁର୍ଣ୍ଣା ଦାସ, ବିଦୁ୍ୟତପ୍ରଭା ଦେଓ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍ଖାଳି ଚରଣ ରାଉଳ, ଅମୁଲ୍ୟ କୁମାର ମିଶ୍ର, ରମେଶ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ପଣ୍ଡା, ଶରତ ଚନ୍ଦ୍ର ରାଉତ, ଚତୁର୍ଭୁଜ ପହି, କିର୍ତ୍ତନ ଚରଣ ନାୟକ, ରଙ୍ଗାଧର ମହୁରୀ, ସରଳା ମହାପାତ୍ର, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ନାରାୟଣ ଚନ୍ଦ୍ର ସାହୁ, ବାବାଜି ଚରଣ ଦଳେଇ, ପ୍ରତାପ ସେଠୀ, ବିଜୟା ବେହେରାଙ୍କ ସମେତ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଅନେକ କବି କବୟତ୍ରୀ ମାନେ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ରମାକାନ୍ତ ଜେନା, ଗୟାଧର ଦାସ, ଅନିଲ ଖୁଣ୍ଟିଆ, ଭାଗବତ ସାହୁ, ସୁକାନ୍ତ ବେହେରା, ରାଜେଶ ପହି, ପ୍ରଫୁଲ କୁମାର ଲେଙ୍କା, ପ୍ରଦୀପ କୁମାର ଲେଙ୍କା, ବିଶ୍ୱଜିତ ଲେଙ୍କା, ରଣଜିତ ଲେଙ୍କା, ଅଭିଜିତ ଲେଙ୍କା, ସତ୍ୟଜିତ ଲେଙ୍କା, ମନୋରଞ୍ଜନ ବେହେରା, ଅଶୋକ ଦାସ, ଅକ୍ଷୟ କୁମାର ଜେନା, ନାରାୟଣ ସାହୁ ପ୍ରମୁକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ