ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ଯ କାରିଣୀ ବୈଠକ ରେ ପୁରୀ ଜିଲ୍ଲା ଶାଖାର ଯୋଗଦାନ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ଦୁଇ ଦିନ ଧରି ସୁନ୍ଦରଗଡ ଜିଲ୍ଲା ର ରାଉରକେଲା ବ୍ରାହ୍ମଣୀ କ୍ଲବଠାରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅତ୍ୟନ୍ତ ଭବ୍ୟ ଓ ସଫଳତା ର ସହିତ ଅନୁଷ୍ଠିତ ହୋଇଥିଲା। ଏଥି ପୂର୍ବରୁ ରାଉରକେଲା ଯାଇଥିବା ଓଡ଼ିଶା ର ବିଭିନ୍ନ ଜିଲ୍ଲା ର ସାମ୍ୱାଦିକ ବନ୍ଧୁ ମାନଙ୍କୁ ସୁନ୍ଦରଗଡ ଜିଲ୍ଲା ସଂଘ ଭବ୍ୟ ସ୍ଵାଗତ କରିଥିବା ବେଳେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଖଣ୍ଡାଧାର ଜଳପ୍ରପାତ କୁ ବୁଲାଇ ନେବା ସହିତ ସେଠାରେ ବଣଭୋଜି କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, ଉପ ସଭାପତି କମଳ ଲୋଚନ ଦିକ୍ଷୀତ, ସଂଗଠନ ସମ୍ପାଦକ ଆଦିତ୍ୟ ରାଉତ, ସନ୍ତୋଷ ଦାଶ, ଭାଗବତ ସ୍ଵାଇଁ,ନୃସିଂହ ଚରଣ ବେହେରା, ଅକ୍ଷୟ ପ୍ରସାଦ ମହାନ୍ତି, ମାନସ ଖଣ୍ଡୁଆଳ, ରାଜ କିଶୋର ଦାଶ, ବ୍ରହ୍ମାନନ୍ଦ ସ୍ଵାଇଁ,ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଜିଲା ର ପ୍ରତିନିଧିତ୍ଵ କରିଥିଲେ। ବୈଠକ ରେ ପୁରୀ ପେଷାଦାର ସାମ୍ୱାଦିକ ସଂଘ ର ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କୁ ସୁନ୍ଦରଗଡ ଜିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସୁନ୍ଦର କାର୍ଯ୍ୟକ୍ରମ , ଖଣ୍ଡାଧାର ଜଳପ୍ରପାତ ପରିଭ୍ରମଣ ଓ ବଣଭୋଜି ପାଇଁ ଆୟୋଜକ ସଂଘ କୁ ପୁରୀ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ