ଉତ୍କଳ ୟୁନିଭରସିଟି ଅଫ କଲ୍‌ଚର୍ ଫୁଡ କାର୍ନିଭାଲ ୨୦୨୨

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ସିକୃତି ପ୍ରାପ୍ତ ହୋଟେଲ ମ୍ୟାନେଜମେଣ୍ଟ ମାନଙ୍କ ସହଯାଗରେ ଉତ୍କଳ ୟୁନ୍‌ଭରସିଟି ଅଫ କଲ୍‌ଚର୍ ଫୁଡ କାର୍ନିିଭାଲ ୨୦୨୨ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗଦେଇଥିଲେ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେସ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ଆବାହକ ପ୍ରଭାତ କୁମାର ରାଉତ ନିର୍ଦ୍ଦେଶକ ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ୍ କ୍ୟାଟରିଂ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ୟୁଭିସି ଫୁଡ୍ କାର୍ଣ୍ଣିଭାଲ ୨୦୨୨ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଏହି ଉତ୍ସବରେ ୧୧ଟି ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଯୋଗଦେଇ ଦେଶ ବିଦେଶର ବହୁ ଖାଦ୍ୟ ପରିବେଶଣ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କଲେଜର ଅଧ୍ୟକ୍ଷ ଛାତ୍ରଛାତ୍ରୀ ବହୁ ଅତିଥିଗଣ ଯୋଗଦେଇଥିଲେ । ଦେଶ ବିଦେଶର ବହୁ ଖାଦ୍ୟକୁ ବୁଲି ଦେଖି ଉପଭୋଗ କରିଥିଲେ । ପ୍ରାୟ ୨୦୦ ପ୍ରକାର ଖାଦ୍ୟ ବିଭିନ୍ନ ଢ଼ଙ୍ଗରେ ପରିବେଶଣ କରାଯାଇଥିଲା । ଶେଷରେ ପିତାମ୍ବର ବିଶ୍ୱାଳ ଅଧ୍ୟକ୍ଷ ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଅତିଥିମାନଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ