ଉତ୍ତର ପ୍ରଦେଶ ମସ୍ଜିଦ୍ରୁ ଉଦ୍ଧାର ୧୨ ଜମାତୀ କରୋନା ପଜିଟିଭ୍
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍ଜିଦ୍ରୁ ୧୨ ତବ୍ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ୧୨ ଜଣ ଯାକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି ୧୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୨୫ ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ରାଜ୍ୟରେ ଲୁଚି ରହିଥିବା ଅନ୍ୟ ଜମାତୀଙ୍କ ଅନୁସନ୍ଧାନ ଜାରି ରହିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ୧୨ ଜଣ ଜମାତୀ ଲକ୍ଷ୍ନୌର ଅଲୀଜାନ୍ ମସ୍ଜିଦ୍ରେ ଲୁଚି ରହିଥିଲେ । ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଜମାତୀ ସଂକ୍ରମଣ ସଂଖ୍ୟା ୪୨୮ ଛୁଇଁଛି ।


