ଉଦଘାଟନ ପୂର୍ବରୁ ପ୍ରସ୍ତୁତି ତଦାରଖ କଲେ ଜିଲ୍ଳାପାଳ;୮ ରେ ହିଂଜିଳି ଜେଏମଏଫସି ନୂତନ କୋଠା ଉଦଘାଟନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ଜେଏମଏଫସି ନୂତନ କୋଠା ତଦାରଖ କରିଛନ୍ତି । ଆସନ୍ତା ୮ ତାରିଖରେ ଅପରାହ୍ନ ୫ ଟା ସମୟରେ ନୂତନ କୋଠାକୁ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ଉଦଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ .ମନୋରଞ୍ଜନ ସାହୁ,ଜିଲ୍ଲା କୋର୍ଟ ରେଜିଷ୍ଟାର ଅମିତ ସୌରଭ କୁମାର ସେଠା, ଜେଏମଏଫସି ବିଚାରପତି ରାଜଶ୍ରୀ ପଟ୍ଟନାୟକ,ତହସିଲଦାର ପ୍ରଭାତ କୁମାର ପରିଡ଼ା, ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ, ଜିତେନ୍ ପ୍ରହରାଜ, ମୁକ୍ତିରମ ସାବତ, ଜଗତ ମୋହନ ସାହୁ ସାନ୍ତୁନ ପୋଲାଇ, ନିରଞ୍ଜନ ସାହୁ ସମେତ ଓକିଲ ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ପରେ ଜିଲ୍ଳାପାଳ ଏମଏଫସି ଓ ଏମସିସି ବୁଲି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ବୁଲି ଦେଖିଥିଲେ । ପରେ ସ୍ଥାନୀୟ ପୈାରାଞ୍ଚଳ ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।


