ଉଦାହରଣ ସୃଷ୍ଟି କଲେ ବୁଗୁଡା ବିଡ଼ିଓ
ବୁଗୁଡା -ଉଦାହରଣ ସୃଷ୍ଟି କଲେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର । ମାଣିତରା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମର ବାରିସାହି ଓ ହରିଜନ ସାହିରେ ନଳକୂପ ନିର୍ମାଣ ହୋଇଥିଲେ ମଧ୍ୟ ପ୍ଲାଟଫର୍ମ ନିର୍ମାଣ ହୋଇପାରିନଥିଲା। ନଭେମ୍ବର ମାସ ୨୩ ତାରିଖରେ ଯୁଗାଦ୍ଦ ନ୍ୟୁଜରେ ନଳକୂପ ବିଷୟ ପ୍ରକାଶ ପାଇଥିଲା। ଖବର ପଢିବାପରେ ତୁରନ୍ତ ପଦକ୍ଷେପ ନିଆଯାଇଛି ବୋଲି ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକଙ୍କୁ ଜଣାଇଥିଲେ ।୨୬ ତାରିଖ ରେ ପ୍ଲାଟଫର୍ମ ନିର୍ମାଣ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା । ବିଡ଼ିଓ ଙ୍କ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ କହିଥିଲେ ଯେ,ପ୍ରଶାସକ ଏମିତି ହେବା ଉଚିତ୍ ।