ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତିଅଧିକ ଲାଭାନ୍ୱିତ -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ – ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କହିଛନ୍ତି ଯେ, ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ
ଜନଜାତି ଅଧିକ ଲାଭାନ୍ୱିତ ହୋଇଛନ୍ତି । ସେହିପରି ମୋଦି ସରକାରଙ୍କ କଲ୍ୟାଣକାରୀ ସୌଭାଗ୍ୟ ଯୋଜନାରେ ଘରକୁ ବିଦ୍ୟୁତ ସଂଯୋଗ ହେଉ ଅବା ଶୌଚାଳୟ, ପକ୍କା ଘର ନିର୍ମାଣ, ମୁଦ୍ରାରେ ଲୋନ
ବ୍ୟବସ୍ଥାରେ ଜନଜାତି ଅଧିକ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଯେ ଭାରତରେ ୧୦ ଲକ୍ଷ କୋଟି ପେଟ୍ରୋଲିୟମ ପଦାର୍ଥ ବିଦେଶରୁ କିଣିବାକୁ ପଡୁଛି ଦେଶକୁ ଆଗକୁ ବଢେଇବାକୁ ହେଲେ ନିଜ ଉପାୟରେ ଉର୍ଜା ବାହାର କରିବାକୁ ପଡିବ । ଏହି ୧୦ ଲକ୍ଷ କୋଟିକୁ ବଂଚାଇବାର ତଥା କମାଇବାର ସାମର୍ଥ୍ୟ ଜନଜାତିଙ୍କ ହାତରେ ଅଛି । ଭାରତରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ ବୋୟୋମାସ ରହିଛି । କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଏବେ ଜଙ୍ଗଲରୁ ମିଳୁଥିବା ବର୍ଜ୍ୟବସ୍ତୁରୁ ଉର୍ଜା ତଥା ତୈଳ ଏବଂ ଗ୍ୟାସ
ଉତ୍ପାଦିତ କରିବାର ଯୋଜନା ରହିଛି । ଆଗାମୀ ଦିନରେ ଭାରତର ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟରୁ ଉର୍ଜା ଉତ୍ପାଦନ
କଲେ ୧୦ ଲକ୍ଷ କୋଟିକୁ ବଂଚାଯାଇ ସେହି ଟଙ୍କାରେ ଜନଜାତିଙ୍କ ବିକାଶ କରାଯାଇପାରିବ ବୋଲି
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।


