ଉଦ୍ଧାର ଗଳିତ ଶବର ପରିଚୟ ମିଳିଲା
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଦ୍ୟାଧରପୁର ବ୍ୟାରେଜ ନିକଟସ୍ଥ ସାଳନ୍ଦୀ ନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଗଳିତ ମୃତଦେହର ପରିଚୟ ମିଳିଛି । ମୃତବ୍ୟକ୍ତିଙ୍କ ଘର ପରଜଙ୍ଗ ଥାନା ଅଞ୍ଚଳର ଓ ତାଙ୍କ ନାମ ରବିନ୍ଦ୍ର ସାହୁ ବୋଲି ପୁଲିସ ସୁଚନା ଦେଇଛି । ସେ ଗତ କିଛିଦିନ ହେଲା କୁଶଟିକିରି ନିକଯରେ ରହି ପଥର ପେଷ୍ଟିଂ କାମ କରୁଥିବା ବେଳେ ଗତ ୧୧ତାରିଖରୁ ନିଖୋଜ ହୋଇଥିଲେ । ପୁଲିସ ଆଜି ଉଦ୍ଧାର ମୃତଦେହକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।